www.samajalive.in
Saturday, December 6, 2025
23.1 C
Bhubaneswar

ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍ -୭୨୬ ଜିଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଭୁବନେଶ୍ୱର : ବୁଧବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିଲାଗି ରାଜ୍ୟର ୨୦୦ଟି ଜିଲା ପରିଷଦ ଆସନରେ ଛିଡ଼ା ହୋଇଛନ୍ତି ୭୨୬ଜଣ ପ୍ରାର୍ଥୀ। ଆସନ୍ତାକାଲି ଏହି ଜିଲା ପରିଷଦଙ୍କ ସହିତ ୩୦ଟି ଜିଲା ୭୧ଟି ବ୍ଲକ୍‌ର ୧୬୬୯ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପଦ ପାଇଁ ମଧ୍ୟ ଭୋଟଗ୍ରହଣ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ମତଦାନରେ ୨୨ହଜାର ୩୭୯ଟି ମତଦାନ କେନ୍ଦ୍ରରେ ସକାଳ ୭ରୁ ଦିନ ଗୋଟାଏ ମଧ୍ୟରେ ୬୭.୫୧ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ଏହି ମତଦାନବେଳେ ଯେଭଳି ସବୁ ଦଳ ନିର୍ବାଚନ ଆୟୋଗଙ୍କ ଆଚରଣ ବିଧି ମାନି କାର୍ଯ୍ୟ କରିବେ ଏବଂ ଶାନ୍ତିଶୃଙ୍ଖଳା ବଜାୟ ରଖିବେ ସେନେଇ ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀ ପରାମର୍ଶ ଦେଇଛନ୍ତି ।

ଶ୍ରୀ ପାଢ଼ୀଙ୍କ ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ପୁଲିଂ କର୍ମଚାରୀ ୨୨ହଜାର ୩୭୯ଟି ମତଦାନ କେନ୍ଦ୍ରରେ ପହଞ୍ଚି ସାରିଛନ୍ତି। ଆସନ୍ତାକାଲିଠାରୁ ୨୪ତାରିଖ ପର୍ଯ୍ୟନ୍ତ ୫ଟି ପର୍ଯ୍ୟାୟରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟରେ ୯୧ହଜାର ୯୧୩ଟି ବୁଥ୍‌ ମଧ୍ୟରୁ ୧୩ହଜାର ୭୮୫ଟି ଉତ୍ତେଜନାପ୍ରବଣ ବୁଥ୍‌ ରହିଛି। ଆସନ୍ତାକାଲି ୩୩୫୭ଟି ଉତ୍ତେଜନାପ୍ରବଣ ବୁଥ୍‌ରେ ମତଦାନ କରାଯାଉଛି । ଶାନ୍ତିଶୃଙ୍ଖଳାର ସହ ମତଦାନ ନିମନ୍ତେ ୨୨୫ ପ୍ଲାଟୁନ୍ ପୁଲିସ ସୁରକ୍ଷା ବଳ ମୁତୟନ କରାଯାଇଛି ।

- Advertisement -

ଶ୍ରୀ ପାଢ଼ୀ କହିଛନ୍ତି, ପଞ୍ଚାୟତ ନିର୍ବାଚନରେ ରାଜ୍ୟ ସଶସ୍ତ୍ର ପୁଲିସ, ଇଣ୍ଡିଆନ ରିଜର୍ଭ ବାଟାଲିୟନ ଓ ସ୍ପେଶାଲ ରିଜର୍ଭ ବାଟାଲିୟନର ଯବାନଙ୍କ ସମେତ ୩୭ହଜାର ୨୪୫ ପୁଲିସ ବଳ ନିୟୋଜିତ ହୋଇଛନ୍ତି । ଭୋଟ ଦେବା ଲାଗି ଜଣେ ବ୍ୟକ୍ତିଙ୍କ ନାଁ ୱାର୍ଡସ୍ତରରେ ପ୍ରସ୍ତୁତ ହୋଇଥିବା ଭୋଟର ତାଲିକାରେ ଥିବା ଜରୁରୀ । ଯଦି ସମ୍ପୃକ୍ତ ବ୍ୟକ୍ତିଙ୍କ ପାଖରେ ଭୋଟର ପରିଚୟପତ୍ର ନଥିବ ତେବେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ବାରା ଅନୁମୋଦିତ ୧୩ଟିଦସ୍ତାବିଜ ମଧ୍ୟରୁ ଯେକୌଣସି ଗୋଟିଏ ପରିଚୟପତ୍ର ଦେଖାଇ ମତଦାନ ସାବ୍ୟସ୍ତ କରିପାରିବେ। ପାନ୍‌ କାର୍ଡ, ଆଧାର କାର୍ଡ, ପାସପୋର୍ଟ ଆଦି ଦେଖାଇ ଜଣେ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିପାରିବେ। କରୋନା କଟକଣା ଓ ଗହଳି ଏଡ଼ାଇବା ପାଇଁ ଗୋଟିଏ ଲେଖାଏଁ ବୁଥ୍‌ରେ ୩୦୦ରୁ ୫୦୦ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ଯେଉଁମାନେ କରୋନା ସଂକ୍ରମିତ ସେମାନେ ଚିକିତ୍ସିତ ହେଉଥିବା ହସ୍ପିଟାଲ ମାଧ୍ୟମରେ ନିଜର ମତାଧିକାର ଦେଇପାରିବେ। ସମସ୍ତେ ଭୋଟ ଦେବା ପରେ ହିଁ କରୋନା ସଂକ୍ରମିତ ଭୋଟରମାନେ ନିଜର ଭୋଟ ଦେବା ବ୍ୟବସ୍ଥା କରାଯାଇଛି ।

ରାଜ୍ୟ ପୁଲିସ ମୁଖ୍ୟାଳୟ ସୂଚନା ଅନୁସାରେ, ମତଦାନ ଲାଗି ସମଗ୍ର ରାଜ୍ୟରେ ଜିଲା ପୁଲିସ ଅଧିକାରୀଙ୍କ ସମେତ ୧୮୨୪ଟି ଭ୍ରାମ୍ୟମାଣ ପୁଲିସ ପାଟ୍ରୋଲିଂ ଦଳ ପ୍ରସ୍ତୁତ କରାଯାଇଛି । ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଯାଉଥିବାବେଳେ ସନ୍ଧ୍ୟା ସୁଦ୍ଧା ଦ୍ବିତୀୟ ପର୍ଯ୍ୟାୟ ମତଦାନ ଲାଗି ପ୍ରଚାର ଓ ଡାକବାଜି ଯନ୍ତ୍ର ବନ୍ଦ କରାଯିବାକୁ ନିର୍ଦେଶ ରହିଛି ବୋଲି ଆୟୋଗଙ୍କ ପକ୍ଷରୁ କୁହାଯାଇଛି।

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories