www.samajalive.in
Sunday, December 7, 2025
16.1 C
Bhubaneswar

ପ୍ରଥମ ମେଡ୍ ଇନ୍ ଇଣ୍ଡିଆ ସୋଲାର କାର୍, ଜାଣନ୍ତୁ ଦାମ୍ ଓ ଫିଚର୍ସ

ନୂଆଦିଲ୍ଲୀ : ପୁଣେ ସ୍ଥିତ ଷ୍ଟାର୍ଟଅପ୍ ଭାୟବେ କମର୍ସିଆଲ ମୋବିଲିଟିର ସିଟି୫ ସୋଲାର କାରକୁ ସାରା ଦେଶ ଅପେକ୍ଷା କରିଛି । ଏହା ଦେଶରେ ପ୍ରସ୍ତୁତ ହେଉଥିବା ପ୍ରଥମ ସୋଲାର କାର୍ । କମ୍ପାନୀ ଏହାକୁ ଅଟୋ ଏକ୍ସପୋ ୨୦୨୩ରେ ପ୍ରଦର୍ଶିତ କରିଥିଲା । ଏହି କାରକୁ କମ୍ପାନୀ ଖାସ୍ କରି ଟ୍ୟାକ୍ସି ଲାଇନଅପ ପାଇଁ ପ୍ରସ୍ତୁତ କରିଛି । ୫ ସିଟ୍ ବିଶିଷ୍ଟ ଏହି ସୋଲାର କାର୍ ଇଲେକ୍ଟ୍ରିକ୍ କାର୍ ମଧ୍ୟ । ଅର୍ଥାତ୍ ଏହାକୁ ଚାର୍ଜ କରି ମଧ୍ୟ ଚଲାଇହେବ । ଯଦିଓ କମ୍ପାନୀ ଏହାର ଦାମ୍ ସମ୍ପର୍କରେ କୌଣସି ସୂଚନା ଦେଇନି, ତେବେ ଏହାର ଦାମ୍ ୧୦ ଲକ୍ଷ ଟଙ୍କା ହୋଇପାରେ ବୋଲି ଶୁଣିବାକୁ ମିଳୁଛି । ଖାସ୍ କଥା ହେଉଛି ଏହା ୩ ଚକ ବିଶିଷ୍ଟ କିନ୍ତୁ ଦେଖିବାକୁ ଏକ କାର୍ ଭଳି ।

ଥରେ ଚାର୍ଜ କଲେ ଏହି କାର୍ ୩୩୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ । ଏହାର ଟପ୍ ସ୍ପିଡ୍ ୭୦ କିଲୋମିଟର ପ୍ରତି ଘଣ୍ଟା । ଏହା ଫାଷ୍ଟ ଚାର୍ଜିଂକୁ ମଧ୍ୟ ସପୋର୍ଟ କରିବ ଯାହା ଫଳରେ ଏହାକୁ ମାତ୍ର ଦେଢ ଘଣ୍ଟାରେ ଫୁଲ ଚାର୍ଜ କରିହେବ । କାରର ଛାତ ଉପରେ ସୋଲାର ପ୍ୟାନେଲ୍ ଲାଗିଛି ଯାହା ଫଳରେ ଏହା ବର୍ଷକରେ ପ୍ରାୟ ୪ ହଜାର କିମି ମାଗଣାରେ ଚାଲିପାରିବ । ଅନ୍ୟ ସମୟରେ ବା ରାତି ସମୟରେ ମଧ୍ୟ ଆପଣ ଏହାକୁ ଚାର୍ଜ ଦ୍ବାରା ବା ଇଭି ଭଳି ଚଲାଇପାରିବେ । କାରରେ ଏସି ଭେଣ୍ଟ୍ସ, ଲାପଟପ୍ ମୋବାଇଲ ଆଦି ଚାର୍ଜିଂ ପଏଣ୍ଟ, ରିଭର୍ସ କ୍ୟାମେରା, ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, କନେକ୍ଟେଡ୍ କାର୍ ଫିଚର୍ସ ମିଳିବ । ଏଥିରେ ୫୦୦ ଲିଟରର ବୁଟ୍ ସ୍ପେଶ୍ ମିଳିବ । ସମସ୍ତ ୫ ଯାତ୍ରୀଙ୍କ ପାଇଁ ଏଥିରେ ସିଟ୍ ବେଲ୍ଟ ମିଳିବ । କମ୍ପାନୀ ଏଥିରେ ୩ ବର୍ଷର ଓ୍ବାରେଣ୍ଟି ମଧ୍ୟ ପ୍ରଦାନ କରିବ ।

ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ : ବିଜେପିର ବିଜୟ ସମ୍ବର୍ଦ୍ଧନା ଉତ୍ସବରେ ହେବେ ସାମିଲ

- Advertisement -

ir

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories