www.samajalive.in
Saturday, December 6, 2025
15.1 C
Bhubaneswar

ଅଗ୍ନିକାଣ୍ଡରେ ଗାଈ ବାଛୁରି ଜୀବନ୍ତ ଦଗ୍ଧ

ସୁଆଣ୍ଡୋ :  ପୁରୀଜିଲା ସତ୍ୟବାଦୀ ଥାନା ଅନ୍ତର୍ଗତ ବଳପୁର ସାମିଲ ଦିହୁଡି ସାହିରେ ଅଗ୍ନିକାଣ୍ଡ ଘଟି ଗୋଟିଏ ଗାଈ ଓ ଗୋଟିଏ ବାଛୁରି ନିଆଁରେ ପୋଡିଯାଇ ମୃତ୍ୟୁବରଣ କରିଛନ୍ତି । ଖବରପାଇ ସତ୍ୟବାଦୀ ଅଗ୍ନିଶମ ବିଭାଗ ପକ୍ଷରୁ ଆଗ୍ନିକ ମନୋଜ କୁମାର ନାୟକ ସଦଳବଳେ ଦୁଇଟି ଦମକଳ ଗାଡି ସହିତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଘଟଣାରୁ ଜଣାପଡିଛି ରବିବାର ରାତି ଗୋଟାଏ ବେଳେ ଲକ୍ଷ୍ମୀଧର ଦିହୁଡିଙ୍କ ଗୁହାଳ ଘରେ ଏହି ଅଗ୍ନିକାଣ୍ଡ ଘଟିଛି । ରାତିରେ ଗୁହାଳର ଘଷି ଧୂଆଁ ଦିଆ ଯାଇଥିଲା । ସେଥିରୁ ଘରେ ନିଆଁ ଲାଗିବା ଜଣାପଡିଛି । ସାକ୍ଷୀଗୋପାଳ ପ୍ରାଣୀଧନ ନିରିକ୍ଷକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରି ଯାଇଛନ୍ତି । ସରପଞ୍ଚ ଓ ୱାର୍ଡମେମ୍ୱର ପ୍ରମୁଖ କ୍ଷତିଗ୍ରସ୍ତଙ୍କୁ ସାନ୍ତ୍ୱନା ଦେଇଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories