ନୂଆଦିଲ୍ଲୀ : ଦିଲ୍ଲୀରେ ଗୁରୁବାର ଚାନ୍ଦିନୀଚୌକର ଲାଜପତ ରାୟ ମାର୍କେଟରେ ଅଗ୍ନିକାଣ୍ଡ ହୋଇଥିବା ନେଇ ଖବର ମିଳିଛି। ଖବର ପାଇବା ମାତ୍ରେ ଅଗ୍ନିଶମ କର୍ମଚାରୀ ୧୩ଟି ଗାଡି ସହ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ପ୍ରାୟ ୩ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ।
ଅଗ୍ନିକାଣ୍ଡରେ ଫଳରେ ମାର୍କେଟରେ ପ୍ରାୟ ୫୮ ଦୋକାନରେ ନିଆଁରେ ପୋଡି ପାଉଁଶ ହୋଇ ଯାଇଛି। ଏଥିରେ କୋଟି କୋଟି ଟଙ୍କାର କ୍ଷୟକ୍ଷତି ଘଟିଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।
ଅଗ୍ନିଶମ କର୍ମଚାରୀଙ୍କ କହିବାନୁଯାୟୀ, ଅଗ୍ନିକାଣ୍ଡରେ କୌଣସି ଜୀବନହାନୀ ଓ ଆହତ ହୋଇ ନାହାଁନ୍ତି।
ଦିଲ୍ଲୀ ମାର୍କେଟରେ ଅଗ୍ନିକାଣ୍ଡ ; କୋଟି କୋଟି ଟଙ୍କାର କ୍ଷୟକ୍ଷତି
Popular Categories



