www.samajalive.in
Saturday, December 6, 2025
17.1 C
Bhubaneswar

ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ

ମାଲକାନଗିରି: ହୁତୁହୁତୁ ହୋଇ ଜଳୁଛି ମାଲକାନଗିରି ଜିଲ୍ଲାର ଅନେକ ଜଙ୍ଗଲ। ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ନିଆଁ ବ୍ୟାପିବାରେ ଲାଗିଛି। ଏ ହେଉଛି ସଦର ମହକୁମା ନିକଟସ୍ଥ ଗୋଇ ପାହାଡ଼। ଏଠାରେ ମଧ୍ୟ ଗୋଟିଏ ପାହାଡ଼ରୁ ନିଆଁ ଲାଗି ଗୋଟିଏ ପରେ ଗୋଟିଏ ପ୍ରାୟ ୧୦ ଟି ପାହାଡ଼କୁ ନିଆଁ ବ୍ୟାପି ସାରିଲାଣି। କେବଳ ଏହି ଗୋଟିଏ ପାହାଡ଼ ନୁହେଁ ଏହିପରି ଜିଲ୍ଲାର କରୁକୋଣ୍ଡାର ଭିମା ରଙ୍ଗିନୀ, କୁକୁଡ଼ା ଗୁଡା, ଚଳନଗୁଡା ପରି ଅନେକ ପାହାଡ଼ରେ ନିଆଁ ଲାଗି ଜଳୁଛି ଜଙ୍ଗଲ। ନିଆଁ ଲାଗିବାର କାରଣ ଜଣାପଡି ନ ଥିଲେ ମଧ୍ୟ ସ୍ଥାନୀୟ ଲୋକେ ନିଆଁ ଲଗାଇଥିବା ଅନୁମାନ କରୁଛି ବନ ବିଭାଗ। ନିଆଁ କିଭଳି ଅନାୟତ୍ତକୁ ନଯାଏ ସେଥିପାଇଁ ବନ ବିଭାଗର ଟିମ୍‌ ଗଠନ କରାଯାଇ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ କରାଯାଇଛି। ବନ କର୍ମଚାରୀମାନେ ଦିନ ରାତି ଏକ କରି ନିଆଁକୁ ଲିଭାଉଥିବା ବେଳେ ଖୁବଶୀଘ୍ର ନିଆଁକୁ ଆୟତ୍ତ କରାଯିବ ବୋଲି ବନ ବିଭାଗ କହିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories