ମୁମ୍ବଇ: ମହାରାଷ୍ଟ୍ରର ବିଜୟ ବଲ୍ଲଭ ହସପିଟାଲ ଆଇସିୟୁ ୱାର୍ଡରେ ଘଟିଛି ବଡଧରଣର ଅଗ୍ନିକାଣ୍ଡ। ଏଥିରେ ୧୩ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି। ଗୁରୁବାର ବିଳମ୍ବିତ ରାତି ପ୍ରାୟ ୩.୩୦ରେ ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଛି। ପ୍ରାଥମିକ ସୂତ୍ରରୁ ବିଦ୍ୟୁତ ସର୍ଟ ସର୍କିଟରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଘଟଣା ଘଟିବା ପରେ ହସପିଟାଲ ପରିସରରେ ଆତଙ୍କ ଖେଳିଯାଇଥିଲା। ସେଠାରୁ ଗୁରୁତର ୨୧ ଜଣ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଅଗ୍ନିକାଣ୍ଡ ସମ୍ପର୍କରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ତଦନ୍ତାଦେଶ ଦେଇଛନ୍ତି।
Popular Categories


