ରାଜଧାନୀର ଫିଟନେସ ସେଣ୍ଟରରେ ଅଗ୍ନିକାଣ୍ଡ

ଭୁବନେଶ୍ବର: ଜାଗମରାସ୍ଥିତ ଫିଟନେସ ସେଣ୍ଟରେ ଅଗ୍ନିକାଣ୍ଡ ଘଟିଛି। ଫିଟନେସ ସେଣ୍ଟରର ୩ଜଣ କର୍ମଚାରୀ ଫଶି ରହିଥିବା ସୂଚନା ମିଳିଛି। ତଳ ମହଲାରୁ ଉପର ମହଲାକୁ ନିଆଁ ବ୍ୟାପୀବାରେ ଲାଗିଛି। ଉପର ମହଲାରେ ନିଆଁ ହୁତୁହୁତୁ ହୋଇ ଜଳୁଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ଦମକଳ ବାହିନୀର ୨ଟି ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ନିଆଁ ଲିଭାଇବା ଉଦ୍ୟମ ଜାରି ରଖିଥିବା ଜାରି ରହିଥିବା ଜଣାପଡ଼ିଛି। ନିଆଁକୁ କିଭଳି ଆୟତ୍ତ କରାଯିବା ସ୍ଥାନୀୟ ଲୋକେ ସହାୟତାର ହାତ ବଢ଼ାଇଛନ୍ତି। ଦମକଳ ବାହିନୀ ଓ ସ୍ଥାନୀୟ ଲୋକଙ୍କ ମିଳିତ ସହଯୋଗରେ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ସର୍ଟସର୍କିଟ କିମ୍ବା ଅନ୍ୟ କୌଣସି କାରଣରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

Comments are closed.