www.samajalive.in
Saturday, December 6, 2025
19.1 C
Bhubaneswar

ଦିଲ୍ଲୀରେ ପୁଣି ଅଗ୍ନିକାଣ୍ଡ, ୪୦ ଜଣଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ପୁଣି ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ତେବେ ଏଥିରେ କୌଣସି ବଡ଼ ଧରଣର ଅଘଟଣ କିମ୍ବା ଜୀବନ ହାନି ହେବା ପୂର୍ବରୁ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି। ନିଆଁ କବଳରୁ ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି।

ସୂଚନା ଅନୁସାରେ ଦିଲ୍ଲୀର କୃଷ୍ଣାନଗରରେ ଥିବା ଏକ ଗୋଦାମରେ ବୁଧବାର ରାତି ପ୍ରାୟ ୨ଟାରେ ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ତୁରନ୍ତ ସେଠାରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଯେଉଁ କୋଠାରେ ନିଆଁ ଲାଗିଥିଲା ତାହା ଏକ କବାଡ଼ି ଗୋଦାମ ଥିଲା। ୩ ମହଲା ବିଶିଷ୍ଟ ଏହି କୋଠାରେ ପ୍ରାୟ ୪୦ ଜଣ ଥିଲେ। ରାତିରେ ସେମାନେ ଶୋଇଥିଲେ। ହଠାତ ନିଆଁ ଲାଗିବା ସମ୍ପର୍କରେ ଜଣାପଡ଼ିବା ପରେ ସେମାନେ ଉଠି ଯାଇଥିଲେ। ଅଗ୍ନିଶମ କର୍ମଚାରୀମାନେ ନିଆଁ ଭିତରୁ ସେମାନଙ୍କୁ ବାହାରକୁ ଆଣିଥିଲେ। ଏହା ସହିତ ନିଆଁକୁ ଆୟତ୍ତ କରିଥିଲେ। ଗୋଦାମରେ ବହୁ ପରିମାଣରେ ପ୍ଲାଷ୍ଟିକ ସାମଗ୍ରୀ ଥିବାରୁ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇଥିଲା। ଅଗ୍ନିଶମ କର୍ମଚାରୀଙ୍କ ତ୍ଵରିତ ପଦକ୍ଷେପ ଯୋଗୁ ଅନେକ ଲୋକଙ୍କ ଜୀବନ ରକ୍ଷା କରାଯାଇ ପାରିଥିଲା। ଏଥିପାଇଁ ଅଗ୍ନିଶମ କର୍ମଚାରୀଙ୍କୁ ସ୍ଥାନୀୟ ଲୋକେ ଢେର ପ୍ରଶଂସା କରିଛନ୍ତି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories