ଖୁଣ୍ଟା/ବାଲେଶ୍ୱର : ଆଜି ସୂର୍ଯ୍ୟପରାଗ ଆରମ୍ଭ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକେ ଏହି ଦୃଶ୍ୟକୁ ଦେଖିବା ଆରମ୍ଭ କରିଥିଲେ। ମାତ୍ର ମୟୂରଭଞ୍ଜ ଜିଲା ଖୁଣ୍ଟା ଅଞ୍ଚଳରେ ସୂର୍ଯ୍ୟପରାଗ ସ୍ୱଳ୍ପ ସମୟ ପାଇଁ ଦେଖିବାକୁ ମିଳିଥିଲା। ପାଗ ମେଘୁଆ ରହିଥିବାରୁ ସୂର୍ଯ୍ୟପରାଗ ଦେଖିବା ସମ୍ଭବ ହୋଇନଥିଲା। ମାତ୍ର ସକାଳ ୯ଟା ୧୨ ମିନିଟରେ କିଛିକ୍ଷଣ ପାଇଁ ଲୋକେ ଏହି ପରାଗର ଦୃଶ୍ୟ ଦେଖିବାକୁ ସୁଯୋଗ ପାଇଥିଲେ।

ସେହିପରି ବାଲେଶ୍ୱର ଜିଲାରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି। ପାଗ ମେଘୁଆ ହୋଇଥିବା କାରଣରୁ ଲୋକେ ପରାଗର ଦୃଶ୍ୟ ଦେଖିବାକୁ ବଞ୍ଚିତ ହୋଇଛନ୍ତି।
ପାଗ ମେଘୁଆ; କିଛିକ୍ଷଣ ପାଇଁ ଲୋକେ ଦେଖିଲେ ପରାଗ ଦୃଶ୍ୟ
Popular Categories



