ଗଡ଼ମଧୁପୁର: ଧର୍ମଶାଳା ବ୍ଲକ ଜେନାପୁର ଥାନା ଅଧିନ ଅଣ୍ଟିଆ ଗ୍ରାମରେ ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଘର ପୋଡି ହୋଇଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ ସେହି ଗାଁର ଭୋଳାନାଥ ଜେନାଙ୍କ ଘରେ ରାତି ପ୍ରାୟ ୨ଟା ସମୟରେ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳୁଥିବା ଦେଖିଥିଲେ। ଅଗ୍ନିକାଣ୍ଡରେ ସମ୍ପୁର୍ଣ୍ଣ ଘରଟି ପୋଡିଯାଇଥିବା ବେଳେ ଘରର ସମସ୍ତ ଆସବାବପତ୍ର, ଜରୁରୀ କାଗଜପତ୍ର ସମେତ ଧାନଚାଉଳ ସବୁ ପୋଡି ପାଉଁ ହୋଇଯାଇଛି। ଏହି ବ୍ୟକ୍ତି ଜଣକ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ଦିନ ମଜୁରିଆ ଅଟନ୍ତି। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି କି ପୂର୍ବ ଶତ୍ରୁତାରୁ ଏଭଳି ଘଟଣା କିଛି ଲୋକ ଭିଆଇଛନ୍ତି। ଏଥି ପୁର୍ବରୁ ମଧ୍ୟ ସେ ଥାନାରେ ଜଣାଇଥିବା ମଧ୍ୟ ଉଲ୍ଲେଖ କରିଛନ୍ତି। ବିହିତ କାର୍ୟ୍ୟାନୁଷ୍ଠାନ ସହିତ ଆବଶ୍ୟକୀୟ ସାହାଯ୍ୟ ଯୋଗାଇଦେବାକୁ ସେ ନିବେଦନ କରିଛନ୍ତି।



