www.samajalive.in
Friday, December 12, 2025
16.1 C
Bhubaneswar

୩ଟି ସ୍ଥାନରେ ଅଗ୍ନିକାଣ୍ଡ, ଜଳିଗଲା ୬ଟି ଚଣାଗଦା ୩ଟି ପାଳଗଦା

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ତାକୁଡ, ପୁରୁଣାକଟକ ଏବଂ ଲୋକାପଡା ଭଳି ତିନୋଟି ପୃଥକ ପୃଥକ ସ୍ଥାନରେ ଗରୁବାର ଅଗ୍ନିକାଣ୍ଡ ଘଟି ୬ଟି ଚଣାଗଦା ଏବଂ ୩ଟି ପାଳଗଦା ଜଳିଯାଇଥିବା ଜଣାପଡିଛି। ସୂଚନା ମତେ ତିଲେଶ୍ୱର ପଂଚାୟତ ତାକୁଡ ଗ୍ରାମରେ ଅଗ୍ନିକାଣ୍ଡ ଘଟି  ସମ୍ବାରୁ ପାତ୍ର,ଲବ ମହାକୁଡଙ୍କ ୨ଟିପାଳଗଦା ସହ ରାମଚନ୍ଦ୍ର ବାଘଙ୍କ ଗୋଟିଏ ଚଣାଗଦା ଜଳିଯାଇଥିବା ଜଣାପଡିଛି। ସେହିପରି ପୁରୁଣାକଟକରେ ଅଗ୍ନିକାଣ୍ଡ ଘଟି ହୃଦୟ ରଂଜନ ପ୍ରଧାନ ଏବଂ ଲୋକାପଡାରେ ଅଗ୍ନିକାଣ୍ଡ ଘଟି ଅଶୋକ ଧଳ,ଅରୁଣ ଦେହୁରୀ,ସୁରେନ୍ଦ୍ର ଧଳ,ଶୁଶିଳ ଦେହୁରୀ,ତପସ୍ୱୀନୀ ଦେହୁରୀଙ୍କ ବିଲରେ ପଡିଥିବା ଚଣାଗଦାସବୁ ଜଳିଯାଇଥିବା ଜଣାପଡିଛି। ଖବରପାଇ ହରଭଙ୍ଗା ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପଂହଚି ନିଆଁକୁ ଆୟତ କରିଥିଲେ। ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆର୍ଥୀକ ସହାୟତା ଯୋଗାଇଦେବାକୁ ଦାବି ହେଉଛି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories