www.samajalive.in
Thursday, December 11, 2025
16.1 C
Bhubaneswar

ତୁରୁମୁଙ୍ଗା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ୮ ଜଣ ଛାତ୍ରଛାତ୍ରୀଙ୍କୁ ମିଳିବ ଲାପଟପ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଦଧିବାମନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆଠ ଜଣ ମେଧାବୀ ଛାତ୍ରଛାତ୍ରୀ ରାଜ୍ୟ ସରକାରଙ୍କ ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ଲାପଟପ ପାଇବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ୨୦୨୦ ପରୀକ୍ଷା ଦେଇଥିବା +୨ ବିଜ୍ଞାନ ଛାତ୍ରୀ ଲିପ୍ସା ରାଣୀ ମହାନ୍ତଙ୍କ ସହ +୨ କଳାର ତୃପ୍ତିମୟୀ ମହାନ୍ତ, ଲକ୍ଷ୍ମୀପ୍ରିୟା ମହାନ୍ତ, ରୀମାମଣି ନାଏକ, ସତ୍ୟବ୍ରତ ଦେହୁରୀ, ସୁଦର୍ଶନ ନାଏକ, ମଞ୍ଜୁଲତା ମୁଣ୍ଡା ଏବଂ ଗୋପୀନାଥ ଦେହୁରୀ ଲାପଟପ ପାଇବାକୁ ଯୋଗ୍ୟତା ରଖିଥିବା ବେଳେ ଚଳିତ ବର୍ଷ ଏହି ଛାତ୍ରଛାତ୍ରୀମାନଙ୍କୁ ସରକାରଙ୍କ ପକ୍ଷରୁ ଜଣ ପ୍ରତି ୩୦ ହଜାର ଟଙ୍କା ଡିବିଟ ଜରିଆରେ ସେମାନଙ୍କ ଜମାଖାତାକୁ ଦିଆଯିବ ବୋଲି ଜଣାପଡ଼ିଛି । ଏହି ମେଧାବୀ ଛାତ୍ରଛାତ୍ରୀ ମାନେ ୧୮ ମାର୍ଚ୍ଚ ସୁଦ୍ଧା ଆବେଦନ କରିବାକୁ କୁହାଯାଇଛି । ଲାପଟପ ପାଇବାକୁ ଯୋଗ୍ୟତା ଅର୍ଜନ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଧ୍ୟକ୍ଷ ଶରତ ଚନ୍ଦ୍ର ମହାନ୍ତ ଓ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ମାନେ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories