www.samajalive.in
Saturday, December 6, 2025
19.1 C
Bhubaneswar

ଅମଳ ଧାନ ପୋଡ଼ି ଦେଲେ ଦୁର୍ବୃତ୍ତ, ଦୁର୍ଦ୍ଦିନରେ ଚାଷୀ

କିର୍ମିରା : କିର୍ମିରା ବ୍ଳକ ବେହେରାମାଲ ଗ୍ରାମର ୪ଜଣ ଚାଷୀଙ୍କ ୬ଏକର ଜମିର ଧାନ ଖରିରେ ଜଣେ ବ୍ୟକ୍ତି ନିଆଁ ଲଗାଇ ଦେବାରୁ ସବୁ ତକ ଅମଳ ପୋଡ଼ି ପାଉଁଶ ହୋଇଯାଇଛି । ସୋମବାର ରାତି ପ୍ରାୟ ୨ରୁ ୩ଟା ମଧ୍ୟରେ ଚାଷୀମାନେ ଖଳାରେ ନିଆଁ ଜଳିବାର ଦେଖି କିର୍ମିରା ଅଗ୍ନିଶମ ବିଭାଗକୁ ଖବର ଦେବାରୁ ଦମକଳ ଆସି ନିଆଁ ଲିଭାଇଥିଲା  । ହେଲେ ସେତେବେଳେକୁ ଧାନ ପୋଡ଼ି ପାଉଁଶ ହୋଇ ସାରିଥିଲା । ଗାଁର ବିନୋଦ ବିହାରୀ ମାଝୀ ଏହି ଖରି ପୋଡ଼ି ଦେଇ ଥିବା ନେଇ ଲଇକେରା ଥାନାରେ ଅଭିଯୋଗ ହୋଇଛି । ତେଣୁ ପୁଲିସ ତାକୁ ଗିରଫ କରି ତଦନ୍ତ  ଜାରି ରଖିଛି । ଅଞ୍ଚଳର କେତେ ବ୍ୟକ୍ତି ବିନୋଦକୁ ମାନସିକ ରୋଗୀ କହୁଥିବାବେଳେ ଗରିବ ଚାଷୀଙ୍କ ସହ ଝଗଡା ହେତୁ ପ୍ରତିଶୋଧ ପରାୟଣ ହୋଇ ଖରି ପୋଡ଼ି ଦେଇଥିବା କେତେକ ଅଭିଯୋଗ କରିଛନ୍ତି ।  କ୍ଷତିଗ୍ରସ୍ତ ଚାଷୀ ଗଣେଶ ବାଗଙ୍କ ୩ଏକର, ସୁରେଶ ବାଗଙ୍କ ୧ଏକର, ନବୀନ ପିଙ୍ଗଙ୍କ ୧.୫ଏକର, ଅଜିତ ମୁଣ୍ତାଙ୍କ ୩୦ଡିସମିଲ ଚାଷ ଜମିର ଧାନ ଓ ସନ୍ତୋଷ ମାଝୀଙ୍କ ପୁଆଲ ଭାଡି ପୋଡି ଦେଇଛି । ଏହି ଗରିବ ଚାଷୀମାନେ ଋଣ କରଜ କରି ଚାଷ କରିଥିବାବେଳେ ଏବେ ସବୁ ତକ ଅମଳ ପୋଡ଼ି ଯିବାରୁ ପରିବାର ପରିପୋଷଣ କରିବେ ସେ ନେଇ ଚିନ୍ତିତ ଅଛନ୍ତି । ଏଣୁ ଅଭିଯୁକ୍ତ କିମ୍ବା ପ୍ରଶାସନ ଏହାର କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories