www.samajalive.in
Sunday, December 7, 2025
14.1 C
Bhubaneswar

କରୋନା ମୁକାବିଲାରେ ଆଗଧାଡ଼ିରେ ୩ କିଶୋରୀ ସ୍ୱେଚ୍ଛାସେବୀ, ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ

ଫୁଲବାଣୀ: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ୧୦ମ ସ୍ଥାପନ ଦିବସ ଅବସରରେ କରୋନା ମୁକାବିଲା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କନ୍ଧମାଳ ଜିଲ୍ଲାର ୩ ଜଣ କିଶୋରୀ ସ୍ୱେଚ୍ଛାସେବୀଙ୍କୁ ଜିଲ୍ଲାପାଳ ଡ଼.ବୃନ୍ଦା.ଡ଼ି ତାଙ୍କ କାର୍ଯ୍ୟାଳୟରେ ସମ୍ମାନିତ କରିଛନ୍ତି। ସେମାନେ ହେଲେ ଶଶ୍ମିତା ସାହୁ, ସୁଧାରାଣୀ ସତପଥି ଓ ସରମିଲତା ପ୍ରଧାନ। ସମସ୍ତ କିଶୋରୀମାନେ କ.ନୂଆଗାଁ ବ୍ଲକର ବିଭିନ୍ନ ଅଂଚଳକୁ ପ୍ରତିନିଧିତ୍ୱ କରୁଛନ୍ତି। ଏହି ବାଳିକାମାନେ କୋଭିଡ୍‍ ସମୟରେ ସମାଜ ପାଇଁ ଅନେକ ଜନହିତକର କାର୍ଯ୍ୟ କରିଛନ୍ତି।

ପ୍ରକାଶ ଥାଉକି ଏହି କିଶୋରୀ ବାଳିକା ମାନେ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ଆନ୍ତର୍ଜାତୀୟ ସଂସ୍ଥା ସେଭ୍‍ ଦି ଚଲଡ୍ରେନ୍‍ ତରଫରୁ କ.ନୂଆଗାଁ ଅଂଚଳରେ ଚାଲିଥିବା ଅନନ୍ୟା ବିବାହ ପିଲାଖେଳ ନୁହେଁ କାର୍ଯ୍ୟକ୍ରମ ମାଧ୍ୟମରେ ନିଜ ନିଜ ଅଂଚଳରେ କିଶୋରୀ ମହାସଂଘ ଗଠନ କରି ଏହି ମହାସଂଘ ମାଧ୍ୟମରେ ଅନେକ ଜନହିତକର କାର୍ଯ୍ୟ କରିବା ସହିତ କୋଭିଡ୍‍ ମହାମାରୀ ସମୟରେ ସେମାନେ ପ୍ରାୟ ୨୦୦୦ ଶିଶୁ ଓ ବୟସ୍କ ବ୍ୟକ୍ତି ମାନଙ୍କୁ ନିଜେ ହାତ ତିଆରି ମାସ୍କ୍‍ ମାଗଣାରେ ବଂଟନ କରିବା ସହିତ ଅନେକ ଗ୍ରାମରେ ହାତ ଧୋଇବା ଓ ସାମାଜିକ ଦୂରତା ସମ୍ବନ୍ଧରେ ସଚେତନତା କାର୍ଯ୍ୟକ୍ରମ କରିଥିଲେ। ତତ୍‍ ସହିତ କିଶୋରୀ ମାନଙ୍କୁ ମାଗଣା ରେ ସାନିଟାରୀ ପ୍ୟାଡ୍‍ ବାଂଟିବା, ସାନିଟାରୀ ପ୍ୟାଡ୍‍ ର ନିୟମିତ ଯୋଗାଣ ନିମନ୍ତେ ସ୍ଥାନୀୟ ପ୍ରଶାସନ ନିକଟରେ ଦାବି କରିବା, ବାଲ୍ୟ ବିବାହ ବନ୍ଦ କରିବା, ସରକାରୀ କର୍ମଚାରୀ ମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ସାହାର୍ଯ୍ୟ କରିବା ଓ ସେମାନଙ୍କ ମନୋବଳ ବୃଦ୍ଧି କରିବା ନିମନ୍ତେ ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ଆଦି ପଦକ୍ଷେପମାନ ନେଇଛନ୍ତି। ଏଣୁ ଜିଲ୍ଲା ପ୍ରଶାସନ ତରଫରୁ ସେମାନଙ୍କୁ ଆଜି ସମ୍ବର୍ଦ୍ଧନା କରାଯାଇଥିଲା। ଏହି ସମ୍ବର୍ଦ୍ଧନା ପାଇ ସେମାନେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିବା ବେଳେ ଏହିଭଳି ସମ୍ମାନ ଓ ସମ୍ବର୍ଦ୍ଧନା ଆଗାମୀ ଦିନରେ ଅନ୍ୟ କିଶୋରୀ ଓ ଶିଶୁ ମାନଙ୍କୁ ଜନହିତକର କାର୍ଯ୍ୟ କରିବା ନିମନ୍ତେ ପ୍ରେରଣା ଯୋଗେଇବବୋଲି କହିଛନ୍ତି। ଆଜି ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଅନ୍ୟମାନଙ୍କ ମଧ୍ୟରେ ଡ଼ି.ସି.ପି.ଓ ରଶ୍ମିତା କରନ୍‍, ଶିଶୁ ସୁରକ୍ଷା ଅଧିକାରୀ ସୁନିଲା ପ୍ରଧାନ, ଚିନ୍ମୟ ବେହେରା, ବବୃବାହାନ ମାଝୀ ଏବଂ ସ୍ୱାତୀ ଅନୁଷ୍ଠାନର ସର୍ବେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories