www.samajalive.in
Wednesday, November 19, 2025
18.1 C
Bhubaneswar

ରାଷ୍ଟ୍ରପତିଙ୍କୁ ଭେଟିଲେ ସୀତାରମଣ, ବଜେଟକୁ ମିଳିଲା ଅନୁମୋଦନ

ସମାଜ ଡିଜିଟାଲ ଡେସ୍କ: ଆଜି ବଜେଟ। ସଂସଦରେ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହା ପୂର୍ବରୁ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ରାଷ୍ଟ୍ରପତି କେନ୍ଦ୍ରୀୟ ବଜେଟକୁ ଅନୁମୋଦନ ପ୍ରଦାନ କରିଛନ୍ତି।

ଏହା ପୂର୍ବରୁ ସୀତାରମଣ ପ୍ରାକ୍‌ ପ୍ରସ୍ତୁତି ଲାଗି ଅର୍ଥ ମନ୍ତ୍ରଣାଳୟରେ ପହଞ୍ଚିଥିଲେ। ସୀତାରମଣ ରେକର୍ଡ ସ୍ବରୂପ ଲାଗାତର ଅଷ୍ଟମ ଥର ଲାଗି ସଂସଦରେ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଦେଶର ଦୁର୍ବଳ ଅର୍ଥନୀତି ମୋଦୀ ସରକାର ପାଇଁ ବଡ଼ ଆହ୍ବାନ ସାଜିଥିବାବେଳେ ତାହାକୁ କିପରି ସହଜରେ ମୁକାବିଲା କରାଯାଇ ପାରିବ ସେ ନେଇ ବଜେଟରେ ବ୍ୟବସ୍ଥା କରାଯିବ। ଏଥିଲାଗି ବଜେଟ ଉପରେ ସାରା ଦେଶର ନଜର ରହିଛି। ଦରଦାର ବୃଦ୍ଧି ଏବଂ ରୋଜଗାର ହ୍ରାସ ଯୋଗୁ ମଧ୍ୟବିତ୍ତ ଶ୍ରେଣୀ ଉପରେ ବୋଝ ବଢୁଥିବାରୁ ତାହା ଉପରେ ବି ବଜେଟରେ ଗୁରୁତ୍ଵ ଦିଆଯିବାର ସମ୍ଭାବନା ରହିଛି।

Hot this week

ବାବା ସିଦ୍ଦିକି ହତ୍ୟା ମାମଲା: ଅନ୍‌ମୋଲ୍‌ ଭାରତ ପ୍ରତ୍ୟର୍ପିତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବ ସିଦ୍ଦିକିଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ...

ଅଲ୍‌ ଫଲାହ ପ୍ରତିଷ୍ଠାତା ଗିରଫ

ନୂଆଦିଲ୍ଲୀ: ହ୍ବାଇଟ କଲାର ଟେରର ମଡ୍ୟୁଲ ଓ ଦିଲ୍ଲୀ ଲାଲକିଲା ବିସ୍ଫୋରଣ...

ନୀତିଶଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୨୦ରେ ନୀତିଶ କୁମାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ...

ଦ୍ବିତୀୟ ଟେଷ୍ଟରୁ ବାଦ୍‌ ପଡ଼ିପାରନ୍ତି ଗିଲ୍‌ : ନୀତୀଶଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ କ୍ରିକେଟ...

୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରୁ ପାହାଡ଼ିଆ...

Related Articles

Popular Categories