www.samajalive.in
Saturday, December 13, 2025
14.1 C
Bhubaneswar

କମିଲା ଜିପିଏଫ୍ ସୁଧହାର

ନୂଆଦିଲ୍ଲୀ: କରୋନା ଯୋଗୁଁ ସାରା ବିଶ୍ବରେ ସୃଷ୍ଟି ହୋଇଛି ଆର୍ଥିକ ଅସ୍ଥିରତା । ଭାରତ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ । କରୋନା ପ୍ରଭାବର ମୁକାବିଲା ନିମନ୍ତେ ବିଭିନ୍ନ ଆର୍ଥିକ କଟକଣା ଲାଗୁ କରାଯାଇଛି । ଏପରିକି ସାଂସଦଙ୍କ ଭତ୍ତା, ଦରମା ଆଦି ହ୍ରାସ କରାଯାଇଛି । ହାତପାଣ୍ଠି ବନ୍ଦ କରାଯାଇଛି ।  ପୂର୍ବରୁ କେନ୍ଦ୍ର ସରକାର ବିଭିନ୍ନ ସଞ୍ଚୟ ଯୋଜନା ଓ ଇପିଏଫ୍ ସୁଧହାର ହ୍ରାସ କରିଥିଲେ । ଏବେ ଜିପିଏଫ୍ ସୁଧହାର ହ୍ରାସ କରାଯାଇଛି । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ଜିପିଏଫ୍ ସୁଧହାର ୭.୯% ଥିବାବେଳେ ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ରୟମାସିକ (ଏପ୍ରିଲ-ଜୁନ୍) ନିମନ୍ତେ ତାହାକୁ ୭.୧%କୁ ହ୍ରାସ କରାଯାଇଛି।  ସୂଚନାଯୋଗ୍ୟ ଯେ  କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ ୨୦୦୩ ଏପ୍ରିଲ ୧ ତାରିଖ କିମ୍ବା ଏହା ପୂର୍ବରୁ କାର୍ଯ୍ୟରେ ଯୋଗଦାନ କରିଥିଲେ ସେମାନେ ଜିପିଏଫରେ ସାମିଲ ହୋଇ ପାରୁଥିଲେ ।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories