www.samajalive.in
Sunday, December 7, 2025
26.1 C
Bhubaneswar

ଭାରତର ତୃତୀୟ ପରାଜୟ, ଅଷ୍ଟ୍ରେଲିଆ ୩-୦ ଗୋଲରେ ବିଜୟ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ ମହିଳା ପ୍ରୋ ଲିଗ୍‍ ହକି ୨୦୨୩-୨୪ରେ ଭାରତୀୟ ଦଳ କ୍ରମାଗତ ତୃତୀୟ ଥର ପରାଜିତ ହୋଇଛି । ବୁଧବାର ସନ୍ଧ୍ୟାରେ ଖେଳା ଯାଇଥିବା ଏକତରଫା ମ୍ୟାଚରେ ଅଷ୍ଟ୍ରେଲିଆ ୩-୦ଗୋଲରେ ଆୟୋଜକ ଭାରତୀୟ ମହିଳା ଦଳକୁ ପରାସ୍ତ କରିଥିଲା । ପ୍ରଥମ ଦୁଇଟି ମ୍ୟାଚରେ ପରାଜିତ ହୋଇଥିବା ଭାରତ ତୃତୀୟ ମ୍ୟାଚରେ ମଧ୍ୟ ଦୟନୀୟ ପ୍ରଦର୍ଶନ କରିଥିଲା । ପ୍ରଥମ କ୍ୱାର୍ଟର ତଥା ଖେଳର ୧୯ ମିନିଟରେ ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟିୱାର୍ଟ ଗ୍ରେସ୍‍ ଗୋଲ ଦେଇ କଙ୍ଗାରୁ ଦଳକୁ ୧-୦ରେ ଆଗୁଆ କରିଥିଲେ । ୨୩ ମିନିଟରେ ଅଷ୍ଟ୍ରେଲିଆକୁ ପେନାଲଟି କର୍ଣ୍ଣର ମିଳିଥିଲା । ଷ୍ଟିୱାର୍ଟ ଟାଟୁମ୍‍ ଗୋଲ ଦେଇ ଦଳକୁ ୨-୦ରେ ଆଗୁଆ କରିଥିଲେ ।
ତୃତୀୟ କ୍ୱାର୍ଟର ଖେଳ ଗୋଲଶୂନ୍ୟ ରହିଥିଲା । ଅନ୍ତିମ କ୍ୱାର୍ଟର ତଥା ଖେଳର ୫୫ମିନିଟରେ ଅଷ୍ଟ୍ରେଲିଆ ପକ୍ଷରୁ କାଇଲିନ୍‍ ନୋବାସ୍‍ ୩ୟ ଗୋଲ ଦେଇ ଦଳକୁ ୩-୦ରେ ଆଗୁଆ କରିଥିଲେ । ଭାରତ ଗୋଲ ଦେବା ନେଇ ଶେଷ ମିନିଟ୍‍ ପର୍ଯ୍ୟନ୍ତ ଉଦ୍ୟମ କରି ମଧ୍ୟ ବିଫଳ ହୋଇଥିଲା । ୪ଟି ପେନାଲଟି କର୍ଣ୍ଣର ପାଇ ମଧ୍ୟ ଭାରତୀୟ ଦଳ ଗୋଟିଏ ମଧ୍ୟ ଗୋଲରେ ପରିଣତ କରିପାରିନଥିଲା ।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories