www.samajalive.in
Tuesday, December 9, 2025
15.1 C
Bhubaneswar

ଜମି ବିବାଦକୁ ନେଇ ଠେଙ୍ଗା ମାଡରେ ଦୁଇ ଗୁରୁତର

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତର ଖୋରଜୋଡା ଗ୍ରାମରେ ଜମି ଜମା ବିବାଦକୁ ନେଇ ଗଣ୍ଡଗୋଳ ହୋଇଛି । ଏହି ଗଣ୍ଡଗୋଳରେ  ଶିକ୍ଷକ ପୁତୁରାର ଠେଙ୍ଗା ମାଡରେ ବଡ ମା ସହିତ ଭାଉଜ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ପରିବାର ଲୋକେ ସ୍ଥାନୀୟ କଲ୍ୟାଣସିଂହପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ଦେଖିବାକୁ ମିଳିଛି ।

ଆଜି ସକାଳ ପ୍ରାୟ ୧୦ ଟା ସମୟରେ ଖରଜୋଡାରେ ଥିବା ବାସଭବନ  ଆସି ଶିକ୍ଷକ ଦୁର୍ଗେଶ ବାଗ ଓ ତାଙ୍କ ମା ସ୍ଵାଦାମଣି ବାଗ  ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କରିବା ସହ ଠେଙ୍ଗାରେ ଆକ୍ରମଣ କରିଥିବା ଆହତ ବଡ ମା’ କାନ୍ଥିମା ବାଗ ଓ ତୁଳସୀ ବାଗ ଅଭିଯୋଗ କରିଛନ୍ତି । ଏ ନେଇ ବଡ ମା’ ଏବଂ ଭାଉଜ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।  ସେ କହିଛନ୍ତି ଜମିଜମା ବିବାଦକୁ ନେଇ ଏହିଭଳି ଘଟଣା ଘଟାଇଥିବା କହିଥିବାବେଳେ ଶିକ୍ଷକ ଦୁର୍ଗେଶ ବାଗ ଏହାକୁ ଖଣ୍ଡନ କରିବା ସହ ପାଲଟା ଅଭିଯୋଗ କରିଛନ୍ତି ଯେ ବଡ ମା ଓ ଭାଉଜ ମିଶି ଗଣ୍ଡଗୋଳ କରିବା ସହ ୫୫ ହଜାର ତିରିଶ ଟଙ୍କା ସହ ୧.୪ଗ୍ରାମର ସୁନା ଚେନ ଟାଣି ନେଇଛନ୍ତି। ଏହି ସମ୍ପର୍କରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories