www.samajalive.in
Saturday, December 13, 2025
26.1 C
Bhubaneswar

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବୈଧ ମାପ ଓ ଓଜନ ବିଭାଗ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବୈଧ ମାପ ଓ ଓଜନ ବିଭାଗ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି । ଭୁବନେଶ୍ୱରର ଡମଣା, ନୀଳାଦ୍ରୀ ବିହାର ମାଛ ମାର୍କେଟ, ଲେବର କଲୋନୀ, ସୁନ୍ଦରପଦା ଓ ହାଇଟେକ ଛକ ଅଞ୍ଚଳର ବିଭିନ୍ନ ଦୋକାନରେ ଚଢ଼ାଉ କରାଯାଇ ଓଜନ ମାପର ସଠିକତା ଯାଞ୍ଚ କରାଯାଇଛି । ଏହି ଯାଞ୍ଚ ସମୟରେ ଲାଇସେନ୍ସ ନବୀକରଣ କରିନଥିବା ଅଭିଯୋଗରରେ ୯୩୦୯ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ଚାରୋଟି ଦୋକାନର ଓଜନ ମାପ ଉପକରଣକୁ ଜବତ କରାଯାଇଛି ।

ଏଥିସହ ଯୋଗାଣ ବିଭାଗ ପକ୍ଷରୁ ସମ୍ପୃକ୍ତ ଅଂଚଳର ବିଭିନ୍ନ ଆଳୁ ଗୋଦାମ ଓ ଦୋକାନରେ ମଧ୍ୟ ଚଢ଼ାଉ କରାଯାଇଛି। ଅଧିକ ଦାମରେ ଆଳୁ ବିକୁଥିବା ଅସାଧୁ ବ୍ୟବସାୟୀଙ୍କୁ ସଚେତନତା କରାଯିବା ସହ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ କୁହାଯାଇଛି। ଗତକାଲି ୟୁନିଟ- ୧ ହାଟରେ ମଧ୍ୟ ଚଢ଼ାଉ କରାଯାଇଥିଲା।
ଏହି ଚଢ଼ାଉ ଅବସରରେ ଉଭୟ ବିଭାଗର ରାଜ୍ୟ ଓ ଭୁବନେଶ୍ୱର ମହାନଗର ନିଗମ ଅଂଚଳର ସମ୍ପୃକ୍ତ ଅଧିକାରୀ ମାନେ ସାମିଲ ହୋଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories