www.samajalive.in
Wednesday, December 10, 2025
23.1 C
Bhubaneswar

କରୋନା ମୁକାବିଲା : କର୍ତ୍ତବ୍ୟରତ ପୁଲିସ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନିବେଦନ

ସମାଜ ପୋର୍ଟାଲ ଡେସ୍କ : କରୋନା ଭୂତାଣୁ ସଂକ୍ରମଣକୁ ନେଇ ସାରା ଦେଶରେ ଏବେ ତାଲାବନ୍ଦ । ପ୍ରଥମେ ଜନତା କର୍ଫ୍ୟୁ, ଆଉ ଏବେ ୨୧ ଦିନିଆ ତାଲାବନ୍ଦ ବା ଲକଡାଉନ୍ । କରୋନା ବିରୋଧୀ ମହାଯୁଦ୍ଧରେ ଆଗଧାଡିର ସୈନିକ ଭାବେ କାର୍ଯ୍ୟ କରୁଛନ୍ତି ଆମ ପୁଲିସ ବାହିନୀ । ଖରା-ତରାକୁ ଖାତିର ନକରି ଛକ, ବଜାର ଓ ଗଳି କନ୍ଦିରେ ତାଲାବନ୍ଦ ବା ଲକଡାଉନକୁ ସଫଳ କରିବାରେ ଲାଗିପଡିଛନ୍ତି । ଭିନ୍ନ ଭିନ୍ନ ପର୍ଯ୍ୟାୟରେ ସେମାନେ କାର୍ଯ୍ୟ  କରୁଥିଲେ ମଧ୍ୟ ସବୁବେଳେ ସଜାଗ ଓ ତତ୍ପର ।
ଏବେ ସେମାନଙ୍କ ପାଇଁ ସହଯୋଗିତାର ହାତ ବଢାଇଛନ୍ତି ସାଧାରଣ ଜନତା । କାରଣ ଘର ଓ ପରିବାର ଛାଡି ସେମାନେ କର୍ତ୍ତବ୍ୟରେ ନିୟୋଜିତ ଅଛନ୍ତି । କିଏ ଥଣ୍ଡା ପାନୀୟ, କିଏ ମାସ୍କ ଓ କିଏ ପୁଣି ଚା’ ଆଉ କିଏ ଖାଦ୍ୟ ଓ ଫଳ ଏବଂ ଜଳଖିଆ ଧରି ସେମାନଙ୍କ ପାଖରେ ପହଞ୍ଚୁଛନ୍ତି । ଏତେ ସବୁ ସତ୍ତ୍ବେ ମଧ୍ୟ ସେମାନଙ୍କୁ କର୍ତ୍ତବ୍ୟ ବା ଡ୍ୟୁଟିରୁ ଫାଙ୍କା ନାହିଁ । ପୁଣି କେତେକ କ୍ଷେତ୍ରରେ ପୁଲିସ କର୍ମଚାରୀମାନେ ମଧ୍ୟ ଅସହାୟ ଓ ଗରିବ ଲୋକଙ୍କୁ ଖାଦ୍ୟ ବାଣ୍ଟୁଛନ୍ତି।

ଅସହାୟ ଓ ଗରିବ ଲୋକଙ୍କୁ ଖାଦ୍ୟ ବାଣ୍ଟୁଛନ୍ତି ପୁଲିସ କର୍ମଚାରୀ

ପ୍ରତ୍ୟହ ଶହ ଶହ ଲୋକଙ୍କ ସଂସ୍ପର୍ଶରେ ଆସୁଛନ୍ତି । କିଏ ମାସ୍କ ପିନ୍ଧିଛି ଅବା ପିନ୍ଧିନାହିଁ । ପୁଣି କିଏ ସନ୍ଦେହ ଜନକ ସ୍ଥିତିରେ ଅଛି ତାକୁ ଡ଼ାକ୍ତରଖାନାକୁ ଆଣିବାକୁ ପଡୁଛି । ଏତେ ସବୁ କାର୍ଯ୍ୟ ମଧ୍ୟରେ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି କିନ୍ତୁ କାହାର ଧ୍ୟାନ ନାହିଁ ।
କରୋନା ବିରୋଧୀ ମହାଯୁଦ୍ଧରେ ଆଗଧାଡିର ସୈନିକ ଆମର ଏହି ପୁଲିସ ଭାଇମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ହିଁ ଡାକ୍ତରୀ ପରୀକ୍ଷା ଅବା ଚିକିତ୍ସା ସେବା ଯୋଗାଇଦେବା ପାଇଁ ସମ୍ମୀଳିତ କର୍ମଜୀବି ସାମ୍ବାଦିକ ସଂଘର ସାଧାରଣ ସଂପାଦକ ତଥା ସମାଜସେବୀ ସଞ୍ଜୟ କୁମାର ଶତପଥୀ ଦାବି କରିଛନ୍ତି । ଏହି ମର୍ମରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଭ୍ରାମ୍ୟମାଣ ଡାକ୍ତର ନିଯୁକ୍ତ କରି ଚିକିତ୍ସା ସେବା ମାଧ୍ୟମରେ କରୋନା ମହାମାରୀ ମୁକାବିଲା କାର୍ଯ୍ୟରେ ନିୟୋଜିତ ପୁଲିସ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନିବେଦନ କରିଛନ୍ତି । ସଂକ୍ରମଣର ଭୟ ଥିବାରୁ ଏମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ନିହାତି ଆବଶ୍ୟକ ।
ସୂଚନାଯୋଗ୍ୟ, କୋବିଡ-୧୯ ସଂକ୍ରମଣରେ ନ୍ୟୁୟର୍କ ପୁଲିସର ୩ ଜଣ ଅଧିକାରୀଙ୍କର ଗୋଟିଏ ଦିନରେ ମୃତ୍ୟୁ ଘଟିଛି । ଯାହାକୁ ନେଇ ପୁଲିସ କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ଟ୍ବିଟ ଯୋଗେ ଶୋକ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ପ୍ରଥମ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ -୨୦୦୭ ଚମ୍ପିଆନ ଭାରତୀୟ ଦଳର ହିରୋ ପୂର୍ବତନ କ୍ରିକେଟର ତଥା ପୁଲିସ ଅଧିକାରୀ ଯୋଗିନ୍ଦର ଶର୍ମାଙ୍କୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ(ଆଇସିସି) ଭୂୟସୀ ପ୍ରଶଂସା କରିଛି। ଦେଶରେ ଦେଖା ଦେଇଥିବା କରୋନା ଭାଇରସ୍ ମୁକାବିଲା ଦିଗରେ ଜଣେ ପୁଲିସ ଅଧିକାରୀ ଭାବେ ସମର୍ପିତ ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି ପୂର୍ବତନ କୁସ୍ତିବିତ୍ ତଥା ହରିୟାଣା ପୁଲିସରେ କାର୍ଯ୍ୟରତ ଏସିପି ଅଖିଲ କୁମାର କରୋନା ଯୁଦ୍ଧରେ ସାମିଲ ହୋଇ ଲୋକଙ୍କୁ ସହଯୋଗ କରୁଛନ୍ତି ।

- Advertisement -
ପୂର୍ବତନ କ୍ରିକେଟର ତଥା ପୁଲିସ ଅଧିକାରୀ ଯୋଗିନ୍ଦର ଶର୍ମା

ତେଣୁ ଏହି ପୁଲିସକର୍ମୀଙ୍କୁ କାର୍ଯ୍ୟସ୍ଥଳରେ ସ୍ବାସ୍ଥ୍ୟ ସେବା ତଥା ସ୍ବାସ୍ଥ୍ୟ ପରୀକ୍ଷାର ସୁଯୋଗ ଯୋଗାଇଦେବାକୁ ଶ୍ରୀ ଶତପଥୀ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବା ସହିତ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ପତ୍ର ଲେଖିଛନ୍ତି ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories