ଫିଫା ବିଶ୍ୱକପ -୨୦୧୮ : ରୁଷରେ ପହଞ୍ଚିଲା ୫ଥର ଚମ୍ପିଆନ ବ୍ରାଜିଲ ଦଳ

0

ଋୁଷ : ଫିଫା ବିଶ୍ୱକପ ଇତିହାସରେ ୫ଥର ଚମ୍ପିଆନ ହୋଇଥିବା ବ୍ରାଜିଲ ଦଳ ରୁଷରେ ପହଞ୍ଚିଛି। ଆତ୍ମବିଶ୍ୱାସରେ ଭରପୁର ଥିବା ବ୍ରାଜିଲ ଦଳ ୬ଷ୍ଠଥର ବିଶ୍ୱବିଜେତା ହେବାପାଇଁ ପ୍ରୟାସ କରିବ। ବ୍ରାଜିଲ ଦଳ ସୋମବାର ସକାଳୁ ଆସି ପହଞ୍ଚିଛି। ଷ୍ଟାର ଫୁଟବଲ ଖେଳାଳି ନେମାର ଏବଂ ବାକି ଦଳ ଭିିଏନାରୁ ଆସି ସୋଚିରେ ପହଞ୍ଚିଥିିଲେ। ବିଶ୍ୱକପ ପୂର୍ବରୁ ବ୍ରାଜିଲ ନିଜର ଶେଷ ଅଭ୍ୟାସ ମ୍ୟାଚରେ ଅଷ୍ଟ୍ରେଲିଆକୁ ୩-୦ରେ ହରାଇ ବିଶ୍ୱକପ ପାଇଁ ଏକ ଯୋରଦାର ପ୍ରସ୍ତୁତି ଆରମ୍ଭ କରିଛି। ଗ୍ରେବିୟଲ ଜିସସ, ନେମାର ଏବଂ ଫିଲିପ କୋଟିହ୍ନୋଙ୍କ ଭଳି ଖେଳାଳି ପାଞ୍ଚଥର ବିଶ୍ୱଚମ୍ପିଆନ ବ୍ରାଜିଲ ପାଇଁ ଗୋଲ କରି ଅଭ୍ୟାସ ମ୍ୟାଚରେ ଅଷ୍ଟ୍ରେଲିଆକୁ ପରାଜିତ କରିବାରେ ସଫଳ ହୋଇଥିଲେ। ଏହି ମ୍ୟାଚରେ ନେମାର ପ୍ରଥମ ଗୋଲ ଦେଇଥିଲେ। ପୂର୍ବ ସପ୍ତାହରେ ନେମାର କ୍ରୋଏସିଆ ବିରୁଦ୍ଧରେ ଗୋଲ କରି ବ୍ରାଜିଲକୁ ମ୍ୟାଚ ଜିତାଇଥିଲେ। ଦଳର ଏହି ଷ୍ଟାର ଖେଳାଳି କିଛିଦିନ ପୂର୍ବେ ଆହତ ହୋଇ ଚିକିତ୍ସିତ ହେଉଥିଲେ ଏବେ ସେ ସମ୍ପୁର୍ଣ୍ଣରୁପେ ସୁସ୍ଥ ହୋଇ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଯାହା ଦଳପାଇଁ ମ୍ୟାଚ ଜିତିବାର ଆଶାକୁ ବହୁଗୁଣିତ କରିଦେଇଛି। ବିଶ୍ୱକପ -୨୦୧୮ରେ ଆସନ୍ତା ୧୭ ତାରିଖରେ ବ୍ରାଜିଲ ଦଳ ତାର ପ୍ରଥମ ମ୍ୟାଚରେ ସ୍ୱିଜରଲ୍ୟାଣ୍ଡ କୁ ଭେଟିବ।

Leave A Reply