www.samajalive.in
Sunday, December 14, 2025
23.1 C
Bhubaneswar

ସ୍ୱିଜରଲାଣ୍ଡକୁ ହରାଇ କ୍ୱାର୍ଟରରେ ସ୍ୱିଡେନ୍‍

ସେଣ୍ଟ ପିଟର୍ସବର୍ଗ : ଚଳିତ ଫିଫା ବିଶ୍ୱକପ୍‍ରେ ୭ମ ଦଳ ଭାବେ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି ସ୍ୱିଡେନ୍‍। ମଙ୍ଗଳବାର ପ୍ରିକ୍ୱାର୍ଟରଫାଇନାଲ ମ୍ୟାଚ୍‍ରେ ସ୍ୱିଡେନ୍‍ ୧-୦ ଗୋଲ୍‍ରେ ସ୍ୱିଜରଲାଣ୍ଡକୁ ପରାସ୍ତ କରିଛି। ପ୍ରଥମାର୍ଦ୍ଧ ଗୋଲ୍‍ଶୂନ୍ୟ ଥିବା ବେଳେ ୬୬ ମିନିଟରେ ସ୍ୱିଡେନ୍‍ର ଏମିଲ୍‍ ଫୋର୍ସବର୍ଗ ବିଜୟସୂଚକ ଗୋଲ୍‍ ଦେଇଥିଲେ। ଏହାକୁ ମିଶାଇ ୬ଷ୍ଠ ଥର ପାଇଁ ସ୍ୱିଡେନ୍‍ ଫୁଟ୍‍ବଲ ବିଶ୍ୱକପ୍‍ର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି। ୧୯୫୮ରେ ସ୍ୱିଡେନ୍‍ ରନର୍ସଅପ୍‍ ହୋଇଥିଲା। ଏହି ପରାଜୟ ସହ ସ୍ୱିଜରଲାଣ୍ଡ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି।
ମ୍ୟାଚ୍‍ ଆରମ୍ଭରୁ ସ୍ୱିଡେନ୍‍ର ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା। ତେବେ ଗୋଲ୍‍ ଉପରକୁ ପ୍ରଥମ ସଟ୍‍ ସ୍ୱିଜରଲାଣ୍ଡ ମାରିଥିଲା। ସ୍ୱିଜରଲାଣ୍ଡର ଷ୍ଟିଭେନ୍‍ ଜୁବେର ସିଧା ସ୍ୱିଡେନ୍‍ ଗୋଲ୍‍ରକ୍ଷକ ରବିନ୍‍ ଓଲ୍‍ସେନ୍‍ଙ୍କ ହାତକୁ ମାରିଥିଲେ। ୮ମ ମିନିଟରେ ସ୍ୱିଡେନ୍‍ ଗୋଲ୍‍ଦେବାର ସୁବର୍ଣ୍ଣ ସୁଯୋଗ ଛାଡ଼ିଥିଲା। ସ୍ୱିଡେନ୍‍ର ମାର୍କସ ବର୍ଗଙ୍କୁ କେବଳ ସ୍ୱିଜରଲାଣ୍ଡର ଗୋଲ୍‍ରକ୍ଷକ ୟାନ୍‍ ସମରଙ୍କୁ ପରାସ୍ତ କରିବାକୁ ଥିଲେ ହେଁ ବର୍ଗ ଏକ ଦୁର୍ବଳ ସଟ୍‍ ମାରିଥିଲେ। ଏହାପରେ ମଧ୍ୟ ସ୍ୱିଡେନ୍‍ର ପ୍ରାଧାନ୍ୟ ଜାରି ରହିଥିଲା। ୨୧ ମିନିଟରେ ସ୍ୱିଜରଲାଣ୍ଡର ତାରକା ଖେଳାଳି ଜେର୍ଦାନ୍‍ ସାକିରିଙ୍କ କ୍ରସ୍‍କୁ ସ୍ୱିଡେନ୍‍ ଗୋଲ୍‍ରକ୍ଷକ ଓଲ୍‍ସେନ୍‍ ଧରି ନେଇଥିଲେ। ୨୪ ମିନିଟରେ ସାକିରିଙ୍କ କ୍ରସ୍‍ରୁ ଷ୍ଟିଭେନ୍‍ ଜୁବେର ହେଡ୍‍ କରିଥିଲେ ହେଁ ବଲ୍‍ କ୍ରସ୍‍ବାର ଉପରେ ଚାଲି ଯାଇଥିଲା। ୨୮ ମିନିଟରେ ସ୍ୱିଜରଲାଣ୍ଡର ଗୋଲ୍‍ରକ୍ଷକ ୟାନ୍‍ ସମର ଡାଇଭ୍‍ମାରି ସ୍ୱିଡେନ୍‍ର ମାର୍କସ ବର୍ଗଙ୍କ ସଟ୍‍କୁ ବାହାର କରି ଦେଇଥିଲେ। ୩୨ ମିନିଟରେ ସ୍ୱିଜରଲାଣ୍ଡର ରିକାର୍ଡୋ ରଡ୍ରିଗ୍ୱେଜ୍‍ଙ୍କ ଫ୍ରିକିକ୍‍କୁ ସ୍ୱିଡେନ୍‍ ଗୋଲ୍‍ରକ୍ଷକ ଓଲ୍‍ସେନ୍‍ ଧରି ନେଇଥିଲେ। ୩୪ ମିନିଟରେ ସ୍ୱିଜରଲାଣ୍ଡ ଷ୍ଟ୍ରାଇକର ଗ୍ରାନିଟ୍‍ ଖାଖା ୪୦ ଗଜ ଦୂରରୁ ସଟ୍‍ ମାରିଥିଲେ ହେଁ ବଲ୍‍ ଗୋଲ୍‍ପୋଷ୍ଟ ଉପରେ ଚାଲି ଯାଇଥିଲା। ୩୬ ମିନିଟରେ ସ୍ୱିଜରଲାଣ୍ଡ ମ୍ୟାଚ୍‍ର ପ୍ରଥମ କର୍ଣ୍ଣର ପାଇଥିଲେ ହେଁ ଏହା ବେକାର ହୋଇଥିଲା। ୩୮ ମିନିଟରେ ସ୍ୱିଜରଲାଣ୍ଡ ଏକ ସୁଯୋଗ ଛାଡ଼ିଥିଲା। ବ୍ଲେରିମ୍‍ ଜେମାଇଲି ପାଖରୁ ସଟ୍‍ ମାରିଥିଲେ ହେଁ ବଲ୍‍ ଗୋଲ୍‍ପୋଷ୍ଟ ଉପରେ ଚାଲି ଯାଇଥିଲା। ୪୦ ମିନିଟରେ ସ୍ୱିଡେନ୍‍ର ଫ୍ରିକିକ୍‍ ବେକାର ହୋଇଥିଲା। ୪୧ ମିନିଟରେ ସ୍ୱିଡେନ୍‍ ଏକ ସୁଯୋଗ ହାତଛଡ଼ା କରିଥିଲା। ମାଇକେଲ ଲଷ୍ଟିଗ୍‍ଙ୍କ କ୍ରସ୍‍ରୁ ଆଲ୍‍ବିନ୍‍ ଏକ୍‍ଡାଲ ଗୋଲ୍‍ପୋଷ୍ଟ ସମ୍ମୁଖରେ ବଲ୍‍ ପାଇଥିଲେ ହେଁ ସେ ଗୋଲ୍‍ପୋଷ୍ଟ ଉପରକୁ ସଟ୍‍ ମାରିଥିଲେ। ଏହିପରି ପ୍ରଥାମାର୍ଦ୍ଧ ଗୋଲ୍‍ଶୂନ୍ୟ ରହିଥିଲା।
ଦ୍ୱିତୀୟାର୍ଦ୍ଧରେ ସ୍ୱିଡେନ୍‍ ଅଧିକ ଆକ୍ରମଣ କରିଥିଲା। ତେବେ ସ୍ୱିଜରଲାଣ୍ଡର ଡିଫେଣ୍ଡର ସ୍ୱିଡେନ୍‍ର ଆକ୍ରମଣପନ୍ଥୀଙ୍କୁ କୌଣସି ସୁଯୋଗ ଦେଇନଥିଲେ। ୬୬ ମିନିଟରେ ସ୍ୱିଡେନ୍‍ ଗୋଲ୍‍ଦେଇ ଆଗୁଆ ହୋଇ ଯାଇଥିଲା। ସ୍ୱିଡେନ୍‍ର ତାରକା ଖେଳାଳି ଏମିଲ୍‍ ଫୋର୍ସବର୍ଗ ଏକ ଜୋର୍‍ଦାର ସଟ୍‍ ମାରିଥିଲେ। ବଲ୍‍ଟି ସ୍ୱିଜରଲାଣ୍ଡ ଡିଫେଣ୍ଡର ମାନୁଏଲ୍‍ ଆକାଞ୍ଜିଙ୍କ ଗୋଡ଼ରେ ବାଜି ଗୋଲ୍‍ପୋଷ୍ଟ ମଧ୍ୟକୁ ପଶି ଯାଇଥିଲା। ୬୯ ମିନିଟ୍‍ରେ ସ୍ୱିଡେନ୍‍ର ଆଲ୍‍ବିନ୍‍ ଏକ୍‍ଡାଲଙ୍କ ସଟ୍‍ ଗୋଲ୍‍ପୋଷ୍ଟ ଉପରେ ଚାଲି ଯାଇଥିଲା। ପରେ ସ୍ୱିଜରଲାଣ୍ଡ ଲାଗଲାଗ ୨ଟି କର୍ଣ୍ଣର ପାଇଥିଲେ ହେଁ ଉଭୟ ବେକାର ହୋଇ ଯାଇଥିଲା। ପରେ ସ୍ୱିଜରଲାଣ୍ଡ ପ୍ରାଧାନ୍ୟ ବିସ୍ତାରକରି ଖେଳିଥିଲା। ତେବେ ସ୍ୱିଡେନ୍‍ର ଡିଫେଣ୍ଡର ପ୍ରତିିପକ୍ଷ ଆକ୍ରମଣପନ୍ଥୀଙ୍କୁ କୌଣସି ସୁଯୋଗ ଦେଇନଥିଲେ। ୯୧ ମିିନିଟରେ ସ୍ୱିଡେନ୍‍ ଗୋଲ୍‍ରକ୍ଷକ ଚମତ୍କାର ଢଙ୍ଗରେ ଏକ ଗୋଲ୍‍ ବଞ୍ଚାଇ ଦେଇଥିଲେ। ଶେଷ ମିନିଟରେ ସ୍ୱିଜରଲାଣ୍ଡ ଏକ ପେନାଲ୍‍ଟି ଆବେଦନ କରିଥିଲେ ହେଁ ଭିଏଆର୍‍ ଦେଖି ରେଫେରୀ ଏହାକୁ ନାକଚ କରି ଦେଇଥିଲେ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories