www.samajalive.in
Sunday, December 14, 2025
26.1 C
Bhubaneswar

ଜେଲ୍‌ ଗଲା ଟିଟୋ

ଭୁବନେଶ୍ୱର/କେନ୍ଦ୍ରାପଡ଼ା : ଏନ୍‌କାଉଣ୍ଟରରେ ଆହତ ହୋଇ କଟକ ଏସ୍‌ସିବି ବଡ଼ ମେଡିକାଲ୍‌ରେ ଚିକିତ୍ସାଧୀନ କେନ୍ଦ୍ରାପଡାର ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍‌ ସୟଦ ଉସ୍‌ମାନ୍‌ ଅଲ୍ଲୀର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା ପରେ ମଙ୍ଗଳବାର ଅପରାହ୍ଣରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ହସ୍ପିଟାଲ୍‌ରୁ ନେଇ କେନ୍ଦ୍ରାପଡା କୋର୍ଟରେ ହାଜର କରିଛି। ଟିଟୋକୁ ୧୦ ଦିନ ରିମାଣ୍ଡରେ ନେବା ଲାଗି ଏସ୍‌ଟିଏଫ୍‌ ପକ୍ଷରୁ ଆବେଦନ କରାଯାଇଛି।
ଅପରାହ୍ଣ ପ୍ରାୟ ୫ଟା ସମୟରେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଥିଲା। ଏସ୍‌ଟିଏଫ୍‌ର ଏସ୍‌ପି ପ୍ରଶାନ୍ତ କୁମାର ଭୋଇଙ୍କ ନେତୃତ୍ୱରେ ଏକ ଟିମ୍‌ ହସ୍ପିଟାଲ୍‌ରେ ପହଞ୍ଚି ଟିଟୋକୁ କଡ଼ା ସୁରକ୍ଷାବଳୟରେ କେନ୍ଦ୍ରାପଡା ନେଇ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ଟିଟୋକୁ ଜାମିନ୍‌ରେ ନେବାକୁ ଆବେଦନ କରାଯାଇଥିଲା। ଜାମିନ୍‌ ନାମଞ୍ଜୁର ହେବା ପରେ ଟିଟୋକୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଆସନ୍ତାକାଲି ଏସ୍‌ଟିଏଫ୍‌ ରିମାଣ୍ଡ ଆବେଦନ ଉପରେ ଶୁଣାଣି ହେବ ବୋଲି ଜଣାପଡିଛି।
ଗତ ୩୦ ତାରିଖରେ ଡକାୟତି ଓ ହତ୍ୟା ପାଇଁ ଯୋଜନା କରୁଥିବା ବେଳେ ଟିଟୋକୁ ଏସ୍‌ଟିଏଫ୍‌ର ଏକ ଟିମ୍‌ ଏନ୍‌କାଉଣ୍ଟର କରିବା ସହିତ ଏହାର ଅନ୍ୟ ୬ ସହଯୋଗୀଙ୍କୁ ଗିରଫ କରିଥିଲା। ଶନିବାରଠାରୁ ଟିଟୋ କୁ କଟକ ବଡ଼ ମେଡିକାଲ୍‌ରେ ଚିକିତ୍ସାଧୀନ ଥିଲା। ରାଜ୍ୟର ଅନେକ ସଂଗଠିତ ଅପରାଧରେ ଟିଟୋ ଏବଂ ଏହାର ଗ୍ୟାଙ୍ଗ ସମ୍ପୃକ୍ତ ଥିବାରୁ ଏସ୍‌ଟିଏଫ୍‌ ତାକୁ ରିମାଣ୍ଡରେ ନେଇ ପଚରାଉଚରା କରିବ ବୋଲି ସୂଚନା ମିଳିଛି। କେବଳ ଓଡ଼ିଶା ନୁହେଁ ରାଜ୍ୟ ବାହାରେ ଅନେକ ଅପରାଧରେ ସେ ସମ୍ପୃକ୍ତ ଥିବା ଜଣାପଡିଛି। ସେସବୁ ଦିଗକୁ ନେଇ ଏସ୍‌ଟିଏଫ୍‌ ଖୋଳତାଡ କରୁଥିବା ଜଣାପଡିଛି। ଟିଟୋର ଅନ୍ୟ ସହଯୋଗୀଙ୍କୁ ରବିବାର ବିଳମ୍ବିତ ରାତିରେ କୋର୍ଟରେ ହାଜର କରାଯାଇଥିଲା।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories