www.samajalive.in
Sunday, December 14, 2025
23.1 C
Bhubaneswar

କେବଳ ମାଛ ନୁହେଁ, ଏହି ପାଞ୍ଚଟି ନିରାମିଷ ଉତ୍ସରୁ ମଧ୍ୟ ମିଳୁଛି ଓମେଗା-୩ ଫ୍ୟାଟ

ନୂଆଦିଲ୍ଲୀ: ସାଧାରଣତଃ ଆମେ ଜାଣିଛୁ ଯେ ମାଛ ଦେହରୁ ଆମକୁ ପ୍ରଚୁର ପରିମାଣରେ ଓମେଗା-୩ ଫ୍ୟାଟି ଏସିଡ ମିଳିଥାଏ । ଏହାକୁ ଉଭୟ ପୁରୁଷ ଓ ମହିଳା ଏକ ନିର୍ଦ୍ଦିଷ୍ଟ ପରିମାଣରେ ଖାଦ୍ୟରେ ବ୍ୟବହାର କଲେ ସେଥିରୁ ଅନେକ ସୁଫଳ ମିଳିଥାଏ । ମହିଳାମାନେ ଦିନକୁ ୧.୧ ଗ୍ରାମ ଓ ପୁରୁଷମାନେ ଦିନକୁ ୧.୬ ଗ୍ରାମ ଓମେଗା-୩ ଫ୍ୟାଟ ସେମାନଙ୍କ ଖାଦ୍ୟରେ ଖାଇବାର ଆବଶ୍ୟକତା ରହିଛି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଉଛନ୍ତି । ସେଥିପାଇଁ ସେମାନେ ମାଛ ଖାଇବାକୁ ପରାମର୍ଶ ଦେଇଥାନ୍ତି । ଫ୍ୟାଟ ସାଧାରଣତଃ ଦୁଇ ପ୍ରକାର ରହିଛି । ଗୋଟିଏ ପ୍ରକାର ଆମ ଶରୀରକୁ ସୁସ୍ଥ, ନିରୋଗ ରଖୁଥିବାବେଳେ ଅନ୍ୟ ପ୍ରକାର ଫ୍ୟାଟ ଆମ ଶରୀରରେ ଚର୍ବି, ମୋଟାପଣ ସୃଷ୍ଟି କରିବା ସହିତ ରୋଗର କାରଣ ହୋଇଥାଏ । ତେବେ ଓମେଗା-୩ ଫ୍ୟାଟ ଉପକାରୀ ଫ୍ୟାଟ ବର୍ଗରେ ଅନ୍ତର୍ଭୁକ୍ତ । ଏହା ଆମ ହୃତପିଣ୍ଡକୁ ସୁସ୍ଥ ରଖିବା ସହିତ ଅସ୍ଥି ମଜଭୁତ କରିଥାଏ । ତେବେ ବଡକଥା ହେଉଛି ଯେଉଁମାନେ ନିରାମିଷ ସେମାନେ କେଉଁଠାରୁ ଏହି ଓମେଗା-୩ ଫ୍ୟାଟ ପାଇବେ ତାହା ସେମାନଙ୍କ ପାଇଁ ବଡ ପ୍ରଶ୍ନ ହୋଇଛି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ କେବଳ ମାଛ ନୁହେଁ, ଆମେ ଖାଉଥିବା କେତେକ ନିରାମିଷ ଖାଦ୍ୟରେ ମଧ୍ୟ ଓମେଗା-୩ ଫ୍ୟାଟ ପ୍ରଚୁର ପରିମାଣରେ ରହିଛି । ସେଗୁଡିକ ମଧ୍ୟରେ ରହିଛି ଅଖରୋଟ, ରାଜମା, କାନୋଲା ତୈଳ (ଏକପ୍ରକାର ଭେଜିଟେବୁଲ ତେଲ), ଫେଶୀ ମଞ୍ଜି ଏବଂ ଖସା ବା ରାଶି ମଞ୍ଜି । ଅଖରୋଟରୁ ପ୍ରଚୁର ପରିମାଣରେ ଓମେଗା-୩ ଫ୍ୟାଟ ମିଳୁଥିବାବେଳେ ଏହା ଆମ ଶରୀରରେ ରକ୍ତଚାପ ନିୟନ୍ତ୍ରଣ କରିବା, ହୃତପିଣ୍ଡକୁ ସୁସ୍ଥ ରଖିବା ଏବଂ ଶରୀରର ଓଜନ ହ୍ରାସରେ ମଧ୍ୟ ସହାୟକ ହୋଇଥାଏ । ସେହିଭଳି ରାଜମାକୁ ଆମେ ସାଧାରଣତଃ ତରକାରୀରେ ବ୍ୟବହାର କରିଥାଉ । ଏଥିରେ ଲୌହ, ଫୋଲେଟ ଏବଂ ତନ୍ତୁ ଭରପୂର ରହିଛି, ଯାହା ବିଶେଷକରି ଗର୍ଭବତୀ ମହିଳାଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ । ସେହିଭଳି କାନାଲୋ ତୈଳରୁ ପ୍ରଚୁର ଓମେଗା-୩ ଫ୍ୟାଟ ମିଳିଥାଏ । ତାହାସହିତ ଏଥିରେ ଭିଟାମିନ ଇ, କେ ଭରିରହିଛି । ଫେଶୀ ମଞ୍ଜିରେ ଓମେଗା-୩ ଫ୍ୟାଟ ସହିତ ମ୍ୟାଗନେସିୟମ, ମାଙ୍ଗାନିଜ, ଭିଟାମିନ ଏ, ଖସା ବା ରାଶି ମଞ୍ଜିରେ ଓମେଗା-୩ ସହିତ ତନ୍ତୁ, ପ୍ରୋଟିନ, କ୍ୟାଲସିୟମ ଆଦି ଭରପୂର ରହିଛି । ତେଣୁ ଏଗୁଡିକୁ ନିରାମିଷାସୀମାନେ ଖାଦ୍ୟରେ ବ୍ୟବହାର କରିପାରିବେ ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories