www.samajalive.in
Saturday, December 6, 2025
14.1 C
Bhubaneswar

ଦୁର୍ଗମ ରଣବା ପଂଚାୟତରେ ‘ପରିବର୍ତନ ‘କାର୍ୟ୍ୟକ୍ରମ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ର ଦୁର୍ଗମ ରଣବା ପଂଚାୟତରେ ଗୁରୁବାର କନ୍ଧମାଳ ଜିଲ୍ଲାପାଳଙ୍କ ଅଭିନବ କାର୍ୟ୍ୟକ୍ରମ ପରିବର୍ତନ ଅନୁଷ୍ଠିତ ହୋଇଯାଇଅଛି । କାର୍ୟ୍ୟକ୍ରମରେ ଶିକ୍ଷା ଓ ସ୍ଵାସ୍ଥ୍ୟ ଠାରୁ ଆରମ୍ଭକରି ବିଭିନ୍ନ ବିଭାଗର ଯୋଜନା ସମ୍ପର୍କିତ ସଚେତନତା କରାଯିବା ସହ ସାଧାରଣ ଲୋକ ଯେପରି ସବୁ ଯୋଜନାର ସୁବିଧା ପାଇ ପାରିବେ ସେ ନେଇ ବିଭାଗୀୟ ଅଧିକାରୀ ମାନେ ସୁଚନା ଦେଇଥିଲେ । କାର୍ୟ୍ୟକ୍ରମରେ ପଞ୍ଚାୟତବସୀଙ୍କୁ ସାମିଲ୍ କରାଯିବା ସହ ପ୍ରଶାସନିକ ବ୍ୟବସ୍ଥାକୁ ସରଳ ଭାବେ ଲୋକଙ୍କ ପାଖରେ ଯେପରି ପହଞ୍ଚି ପାରିବ ସେ ନେଇ କାର୍ୟ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଥିବା ବିଡିଓ ଶରତ ପାତ୍ର ସୁଚନା ଦେଇଥିଲେ । ଅନ୍ୟ ପକ୍ଷରେ ବ୍ଲକ୍ ର ସବୁଠାରୁ ଦୁର୍ଗମ ରଣବା ପଂଚାୟତ ପ୍ରଥମ ଥର ପାଇଁ ଏହିପରି କାର୍ୟ୍ୟକ୍ରମ ହେଉଥିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଥିଲା । ବ୍ଲକ୍ ଅଧ୍ୟକ୍ଷ ପ୍ରିତମ ପ୍ରଧାନ, ସ୍ଥାନୀୟ ଲୋକ ପ୍ରତିନିଧି ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ସାମିଲ୍ ହୋଇଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories