www.samajalive.in
Saturday, December 6, 2025
23.1 C
Bhubaneswar

୫-ଟି ସଚିବଙ୍କୁ ଭେଟିଲେ କନ୍ଧମାଳ ଜିଲାର ବିଭିନ୍ନ ବ୍ଳକର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ

ଫୁଲବାଣୀ : କନ୍ଧମାଳ ଜିଲାର ବିଭିନ୍ନ ବ୍ଳକର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ ନବୀନ ନିବାସରେ ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ କନ୍ଧମାଳ ଜିଲାର ବିଭିନ୍ନ ବ୍ଳକର ସୁବିଧା ଓ ଅସୁବିଧା ସଂମ୍ପର୍କରେ ଅବଗତ କରିବା ସହିତ ଏ ଦିଗରେ କିଭଳି ଭାବେ ପଦକ୍ଷେପ ନିଆଯାଇ ପାରିବ ସେ ଉପରେ ମଧ୍ୟ ଆଲୋଚନା କରିଥିଲେ। ସେହିଭଳି ୫-ଟି ଉପରେ ନିଜେ ସଚିବ ଅବଗତ କରିବା ସହିତ ଏହାର କାର୍ଯ୍ୟକାରିତା ଦିଗରେ ବ୍ଳକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଭାବେ ଦୃଷ୍ଟିଦେଇ କାର୍ଯ୍ୟକରିବା ପାଇଁ ପରାମର୍ଶ ଦିଆଯାଇଥିବାର ଜଣାଯାଇଛି।
ସେହିଭଳି ପ୍ରତି ବ୍ଳକରେ ମିଶନ ଶକ୍ତି ଯେଭଳି ଭାବେ ସଫଳ ହୋଇ ପାରିବ ସେ ଦିଗରେ ମଧ୍ୟ ଦୃଷ୍ଟିଦେବାକୁ ଏହି ସାକ୍ଷାତ ବେଳେ ପରାମର୍ଶ ଦିଆଯାଇଛି।  ୫-ଟି ସଚିବଙ୍କୁ କନ୍ଧମାଳ ଜିଲାରେ ବିଜେଡ଼ି ଦଳ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଗଠନ ହୋଇଥିବା ଫିରିଙ୍ଗିଆ, ରାଇକିଆ , ତୁମୁଡ଼ିବନ୍ଧ , ଦାରିଙ୍ଗବାଡ଼ି , ଖଜୁରିପଡ଼ା , ଜି.ଉଦୟଗିରି , ଟିକାବାଲି , ବାଲିଗୁଡ଼ା ,ଚକାପାଦ ଓ କ,ନୂଆଗାଁ ବ୍ଳକର ଉଭୟ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ମାନେ ସାକ୍ଷାତ କରିଥିବା ବେଳେ ଫୁଲବାଣୀ ବ୍ଳକର କେବଳ ଅଧ୍ୟକ୍ଷ ଓ କୋଟଗଡ଼ ବ୍ଳକର କେବଳ ଉପାଧ୍ୟକ୍ଷ ସାକ୍ଷାତ କରିଥିଲେ। ପ୍ରକାଶଯେ, କନ୍ଧମାଳ ଜିଲାର ୧୨ ଟି ବ୍ଳକ ମଧ୍ୟରୁ ଫୁଲବାଣୀ ପଂଚାୟତ ସମିତିର ଉପାଧ୍ୟକ୍ଷ ବିଜେପି ହାତରେ ଥିବା ବେଳେ କୋଟଗଡ଼ ବ୍ଳକର ଅଧ୍ୟକ୍ଷ ପଦବି କଂଗ୍ରେସ ହାତରେ ରହିଛି।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories