ଶିକ୍ଷକ ସଂଘର ଜିଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ
ଆନ୍ଦୋଳନ ପାଇଁ ଚେତାବନୀ
ଫୁଲବାଣୀ : ଏନ୍.ପି.ଏସ୍ ସେକେଣ୍ଡାରି ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ରାଜ୍ୟ ଶିକ୍ଷା ବିଭାଗ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲାପ୍ରଶାସନ ଓ ଜିଲା ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି। ବିଶେଷ କରି ଗତ ଦିନରେ ରାଜ୍ୟ ସରକାର ଚୁକ୍ତି ଭିତ୍ତିକ ପ୍ରଥା ଉଚ୍ଛେଦ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏ ଦିଗରେ କୌଣସି ପ୍ରକାର ପଦକ୍ଷେପ ନେଇନଥିବା ବେଳେ ୨୦୦୪ ରୁ ୨୦୧୩ ମସିହାରେ ନିୟୋଜିତ ହୋଇଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ପ୍ରତି କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ଘୋଷଣା କରିନାହାନ୍ତି।
ପୂର୍ବରୁ ଏନେଇ ସଂଘ ପକ୍ଷରୁ ବିକ୍ଷୋଭ କରାଯାଇଥିବା ବେଳେ ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଏହାକୁ ନେଇ ଦିନକୁ ଦିନ ପୁଣିଥରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ୨ ଦଫା ଦାବିନେଇ ପୁଣିଥରେ ସଂଘ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ତୁରନ୍ତ ୨ ଦଫା ଦାବି ଉପରେ ପଦକ୍ଷେପ ଗ୍ରହଣ କରାନଗଲେ ପୁଣିଥରେ ଆନ୍ଦୋଳନ ପାଇଁ ମଧ୍ୟ ସଂଘ ପକ୍ଷରୁ ଚେତାବନି ଦିଆଯାଇଛି। ଶିକ୍ଷକ ସଂଘର କର୍ମକର୍ତ୍ତା ଶିବାନି ମଲିକ , ପ୍ରଦୀପ ସାହୁ , ପ୍ରଶାନ୍ତ ବେହେରା , ରାମ ଚନ୍ଦ୍ର ଦାସ , ସୁରେନ୍ଦ୍ର ନାୟକ , ବାପୁଜି ଦିଗାଲ , କିଶୋର ମଲିକଙ୍କ ଭଳି ବହୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଏହି ଦାବିପତ୍ର ପ୍ରଦାନ କରିଛନ୍ତି।
Comments are closed.