www.samajalive.in
Saturday, December 6, 2025
16.1 C
Bhubaneswar

ରାଷ୍ଟ୍ରପତି ଫଳାଫଳ ପରେ ବିଜେଡ଼ି ଓ ବିଜେପିର ବିଜୟ ଉତ୍ସବ

ଫୁଲବାଣୀ :  ରାଷ୍ଟ୍ରପତି ଫଳାଫଳ ଘୋଷଣା ପରେ କନ୍ଧମାଳ ଜିଲାରେ ବିଜେଡ଼ି ଓ ବିଜେପି ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି। ଉଭୟ ଦଳ ଜିଲାର ବିଭିନ୍ନ ଅଞ୍ଚଳରେ ପାଳିଛନ୍ତି ବିଜୟ ଉତ୍ସବ। ସନ୍ଧ୍ୟ।ରେ ଫୁଲବାଣୀ ବଜାର ସ୍ଥିତ ବିଜୁ ପଟ୍ଟନାୟକ ଛକରେ ବିଜେଡ଼ି ଦଳର ନେତା ଓ କର୍ମୀମାନେ ବିଜୁ ପଟ୍ଟନାୟଙ୍କ ପୂତିମୂତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ବାଣ ଫୁଟାଇ ଉତ୍ସବ ପାଳିଥିଲେ।

ଏଥିରେ ଜିଲା ସଭାପତି ସରୋଜ କର୍ଣ୍ଣ , ଯୁବ ସଭାପତି ବିଷ୍ଣୁ ଚରଣ ମଲିକ , ଛାତ୍ର ସଭାପତି ସୁନିଲ୍ ସେଠୀ , ମହିଳା ସଭାନେତ୍ରୀ ପୁନମ୍ କହଁର , ନଗର ସଭାପତି ସୁଧୀର ବିଶ୍ୱାଳଙ୍କ ସମେତ ପୌର ପରିଷଦ ଉପ ନଗରପାଳ ପାୟଲ ବେହେରା , ୱାର୍ଡ଼ ମେମ୍ବର ରାଜେନ୍ଦ୍ର ପାଢୀ , ମାଧବୀ ମିଶ୍ର , ଟୁନୀ ସେଠୀ , ଲୋଚନା କହଁର , ମମତା କର୍ହର , ପୂର୍ବତନ ପୌରପରିଷଦ ଅଧ୍ୟକ୍ଷ ରାଜେନ୍ଦ୍ର କହଁର , ବରିଷ୍ଠ କର୍ମୀ ପଞ୍ଚାନନ କହଁର , ପଙ୍କଜ ବେହେରା , କମଳ ବେହେରା , ଜଳନ୍ଧର ବେହେରା ଓ ବହୁ ବିଜୁ ଜନତା ଦଳର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।
ସେହିଭଳି ବିଜେପି ପକ୍ଷରୁ ମଧ୍ୟ ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରାଯାଇଥିବା ବେଳେ ଏଥିରେ ବହୁ ସ୍ଥାନୀୟ ନେତାମାନେ ସାମିଲ୍ ହୋଇଥିଲେ। ସେହିଭଳି ଖଜୁରିପଡ଼ା ବିଜେପି ଦଳ ପକ୍ଷରୁ ଫଳାଫଳ ଘୋଷଣା ପରେ ମନ୍ଦିରରେ ଦୀପଦାନ କରି ବିଜୟ ପାଳିଥିଲେ। ଯୁବନେତା ଅନନ୍ତ ଦିଗାଳଙ୍କ ନେତୃତ୍ୱରେ ବହୁ ସ୍ଥାନୀୟ ନେତା ଓ କର୍ମୀମାନେ ଏଥିରେ ସାମିଲ୍ ହୋଇ ଦୀପ ଦାନ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories