www.samajalive.in
Saturday, December 6, 2025
23.1 C
Bhubaneswar

ବଡ ସଫଳତା ; ଆତ୍ମସମର୍ପଣ କଲେ ଦୁଇ ମହିଳା କ୍ୟାଡରଙ୍କ ସମେତ ତିନି ଜଣ ହାର୍ଡକୋର ମାଓବାଦୀ

ଫୁଲବାଣୀ : ମାଓ ବିରୋଧୀ ଅଭିଯାନରେ କନ୍ଧମାଳ ପୁଲିସକୁ ଆଉ ଏକ ସଫଳତା। ପୁଲିସ ନିକଟରେ ଆତ୍ମସମର୍ପଣ କଲେ ଦୁଇ ମହିଳା କ୍ୟାଡରଙ୍କ ସମେତ ତିନି ଜଣ ହାର୍ଡକୋର ମାଓବାଦୀ। ଏନେଇ ଆଜି ସ୍ଥାନୀୟ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନିତି ଶେଖର। ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଲେ ବିଜିଏନ ସଙ୍ଗଠନର ଡିଭିଜନାଲ କମିଟି ମେମ୍ବର ମାଦେ ବେତି ଓରଫ ଚମ୍ପା, କେକେବିଏନ ସଙ୍ଗଠନର ଏରିଆ କମିଟି ମେମ୍ବର ରାଜୁ ଦୋଡି ଓରଫ ଅଜୟ ଏବଂ ଆଡମୋ ମାଧବୀ ଓରଫ ମଞ୍ଜୁ। ଚମ୍ପା ୨୦୦୯ରୁ ମାଓ ସଙ୍ଗଠନରେ ସାମିଲ ହୋଇଥିବା ବେଳେ ଅଜୟ ୨୦୧୬ ଏବଂ ମଞ୍ଜୁ ୨୦୧୧ରେ ସାମିଲ ହୋଇଥିଲେ। ଏମାନେ ସମସ୍ତେ ଛତିଶଗଡ଼ କ୍ୟାଡରର ଏବଂ କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ସକ୍ରିୟ ଥିଲେ। ଲାଲବାହିନୀର ଝାଡ଼ଖଣ୍ଡ- ଛତିଶଗଡ଼ କରିଡରକୁ ପୁନଃ ସକ୍ରିୟ କରିବା ଦିଗରେ ଏମାନେ କାମ କରୁଥିଲେ।

ଅତୀତରେ ଘଟିଥିବା ଏକାଧିକ ମାଓ କାର୍ଯ୍ୟକଳାପରେ ଏମାନଙ୍କ ସମ୍ପୃକ୍ତି ଥିବା ଆଇଜି ସୂଚନା ଦେଇଛନ୍ତି। ସୁରକ୍ଷା ବାହିନୀ ପକ୍ଷରୁ ଲଗାତାର ମାଓ ବିରୋଧୀ ଅଭିଯାନ ଦ୍ବାରା ହତୋତ୍ସାହିତ ହେବା ସାଙ୍ଗକୁ ସଙ୍ଗଠନର ଆଭିମୁଖ୍ୟ ପ୍ରତି ବିତସ୍ପୃହ ହୋଇ ପୁଲିସ ପାଖରେ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି ତିନି ମାଓବାଦୀ। ସରକାରଙ୍କ ପକ୍ଷରୁ ଘୋଷିତ ଆକର୍ଷଣୀୟ ପ୍ୟାକେଜ ମଧ୍ୟ ସେମାନଙ୍କୁ ଏ ଦିଗରେ ପ୍ରୋତ୍ସାହିତ କରିଥିବା ସେମାନେ କହିଛନ୍ତି। ଏମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଥଇଥାନ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

- Advertisement -

ସୂଚନାଯୋଗ୍ୟ, କିଛି ଦିନ ତଳେ ବାଲିଗୁଡ଼ା ଥାନା ଅଞ୍ଚଳରେ ପୁଲିସ ସହିତ ଗୁଳି ବିନିମୟରେ ଦୁଇ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ଜିଲ୍ଲାରେ ଲଗାତାର ମାଓ ସଙ୍ଗଠନ ଦୁର୍ବଳ ହେଉଥିବା ଏବଂ ବର୍ତ୍ତମାନ କନ୍ଧମାଳ, ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାରେ ଏମାନଙ୍କ ସଂଖ୍ୟା ୬୦ ତଳକୁ ଖସି ଆସିଥିବା ଆଇଜି ପ୍ରକାଶ କରିଛନ୍ତି। ଏହି ଅବସରରେ, ହିଂସା ତ୍ୟାଗ କରି ସମାଜର ମୁଖ୍ୟସ୍ରୋତକୁ ଫେରି ଆସିବା ସହିତ ସରକାରଙ୍କ ଥଇଥାନ ବ୍ୟବସ୍ଥାର ସୁଯୋଗ ନେବା ପାଇଁ ଆହ୍ବାନ ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ଏସପି ହରିଶ ବି ସି ଏବଂ ୧୨୭ ସିଆରପିଏଫ ବାଟାଲିୟନର କମାଣ୍ଡାଣ୍ଟ ପଙ୍କଜ ବର୍ମା ଉପସ୍ଥିତ ଥିଲେ।

ଘରୁ ବାହାରିବା ପୂର୍ବରୁ ପାଠ କରନ୍ତୁ ଏହି ଚମତ୍କାରୀ ମନ୍ତ୍ର: ହେବନି ଦୁର୍ଘଟଣା, ଦୂର ହେବ ସବୁ ଚିନ୍ତା..

ଆଉ ୨ ଦିନ ପରେ ବୃହସ୍ପତି ଚଳନ ; ଏହି ରାଶି ହେବେ ଧନୀ, ହଠାତ୍‌ ମିଳିବ ବଡ ଖୁସି,ସଫଳତା..

Hot this week

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

Related Articles

Popular Categories