www.samajalive.in
Tuesday, December 9, 2025
15.1 C
Bhubaneswar

ବିବାହ ପ୍ରସ୍ତାବ ଶୁଣି ୬୫୦ ଫୁଟ ତଳକୁ ଖସିପଡ଼ିଲେ ପ୍ରେମିକା

କାରିନ୍ତିଆ: ଅଷ୍ଟ୍ରିଆର ଜଣେ ପ୍ରେମିକ ନିଜ ପ୍ରେମିକାଙ୍କୁ ବିବାହ ପ୍ରସ୍ତାବ ଦେବା ପାଇଁ ସୂର୍ଯ୍ୟୋଦୟ ସମୟରେ ପ୍ରସିଦ୍ଧ ଫଲକର୍ଟ ପର୍ବତ ଶିଖରକୁ ନେଇଯାଇଥିଲେ। ତଳେ ଥିଲା ଗଭୀର ଜଳରାଶି। ଏଭଳି ଏକ ସ୍ଥାନ ଓ ସୁନ୍ଦର ପରିବେଶରେ ପ୍ରେମିକ ବିବାହ ପ୍ରସ୍ତାବ ଦେଇଥିଲେ; କିନ୍ତୁ ପ୍ରଗଳ୍‌ଭ ପ୍ରେମିକାଙ୍କଠାରୁ ଉତ୍ତର ଦେବାବେଳକୁ ହଠାତ୍‌ ଏକ ବିରାଟ ବିପର୍ଯ୍ୟୟ ଘଟିଥିଲା। ୨୭ବର୍ଷୀୟ ପ୍ରେମିକଙ୍କ ପ୍ରସ୍ତାବରେ ‘ହଁ’ କହିବାକୁ ୩୨ବର୍ଷୀୟା ପ୍ରେମିକା ଏତେ ମାତ୍ରାରେ ଆତ୍ମହରା ଥିଲେ ସେ ଏହା କହୁକହୁ ପାହାଡ଼ ଶିଖରରୁ ସିଧା ୬୫୦ ଫୁଟ୍ ତଳକୁ ଖସିପଡ଼ିଥିଲେ। ତାଙ୍କୁ ରକ୍ଷା କରିବାକୁ ଯାଇ ପ୍ରେମିକ ଡେଇଁ ପଡିଥିଲେ। ପ୍ରାୟ ୫୦ ଫୁଟ୍ ତଳକୁ ଖସିବା ପରେ ସେ ଗୋଟିଏ ସ୍ଥାନରେ ଲାଖି ରହିଯାଇଥିଲେ। ନିମ୍ନସ୍ଥ ଜଳରାଶି ଉପରେ ପ୍ରବଳ ଥଣ୍ଡା ଯୋଗୁଁ ବରଫ ଆସ୍ତରଣ ଛାଇଥିଲା। ସେମାନେ ତଳେ ପଡ଼ିଥିଲେ ମଧ୍ୟ କୌଣସି କ୍ଷତି ଘଟି ନ ଥିଲା। ଏହି ଘଟଣା ଘଟିଥିଲା ଗତ ଡିସେମ୍ବର ୨୭ରେ। ଖବର ପାଇ ତଳେ ପଡ଼ିଥିବା ପ୍ରେମିକାଙ୍କୁ ପ୍ରଶାସନ ଉଦ୍ଧାର କରିଥିଲା। ସେମାନଙ୍କ ଭାଗ୍ୟ ଟାଣ ଥିଲା ବୋଲି ଉଦ୍ଧାରକାରୀ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories