www.samajalive.in
Saturday, December 6, 2025
19.1 C
Bhubaneswar

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ବୋଲଗଡ: ମହାମାରୀ କରୋନା ସାରା ବିଶ୍ୱରେ ଆତଙ୍କ ଖେଳାଇ ଚାଲିଥିବାବେଳେ ଓଡିଶାରେ ଏହା ହୁ ହୁ ହୋଇ ବଢି ଚାଲିଛି। ସମସ୍ତ ଜନସାଧାରଣ ଏହି ଘଡିସନ୍ଧି ମୁହୁର୍ତ୍ତରେ ନିସ୍ୱ ଅନୁଭବ କରୁଥିବା ବେଳେ ସରକାରୀ କର୍ମଚାରୀ, ସ୍ୱାସ୍ଥ୍ୟ କର୍ମଚାରୀ, ପୁଲିସ ବିଭାଗ ଏବଂ ସାମାଜିକ ଦାୟିତ୍ୱ ବୋଧତା ପାଇଁ ସାମ୍ବାଦିକମାନେ ନିଜକୁ ଉତ୍ସର୍ଗ କରିଦେଇଛନ୍ତି। ଯାହାର ଫଳ ସ୍ୱରୁପ ସରକାର ଏମାନଙ୍କୁ କରୋନା ଯୋଦ୍ଧାଭାବେ ଆଖ୍ୟା ଦେଇଛନ୍ତି। କରୋନା ମହାମାରୀର ବିପତ୍ତି ସମୟରେ ଏହି କରୋନା ଯୋଦ୍ଧାମାନଙ୍କ ମନୋବଳକୁ ଦୃଢ କରିବାକୁ ଆଗେଇ ଆସିଛି ‘ଭୂମିକା ଚାରିଟେବୁଲ ଟ୍ରଷ୍ଟ’। ଶନିବାର ବୋଲଗଡ ବ୍ଲକ ଧଳାପଥର ଫାଣ୍ଡି ପରିସରରେ ଅନୁଷ୍ଠାନ ତରଫରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଅନୁଷ୍ଠାନର ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠି ଯୋଗଦେଇ କରୋନା ମହାମାରୀରୁ କିପରି ନିଜର ସୁରକ୍ଷା କରିପାରିବା ସହିତ ପରିବାରର ଏବଂ ସମାଜର ସୁରକ୍ଷା କରିପାରିବେ ତାହା ଉପରେ ସ୍ୱଳ୍ପ ବକ୍ତବ୍ୟ ରଖିଥିଲେ।

ଅନୁଷ୍ଠାନର ସଭ୍ୟା ଭାରତୀ ଜେନା ସମସ୍ତ କରୋନା ଯୋଦ୍ଧାଙ୍କୁ ଫୁଲ, ଚନ୍ଦନ ଦେଇ ସ୍ୱାଗତ କରିଥିବାବେଳେ ବେଗୁନିଆ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁ, ଏଏସଆଇ ଶରତ କୁମାର ବେହେରା,ବୈଦେଶ୍ୱର ଫାଣ୍ଡିର ପ୍ରବୋଧ କୁମାର ଜେନା, ସମାଜସେବୀ ସୁରଜ ପ୍ରସାଦ ସୁବୁଦ୍ଧି, ସାମ୍ବାଦିକ ପାଣ୍ଡବ ସାହୁଙ୍କୁ ଅନୁଷ୍ଠାନର ଟ୍ରଷ୍ଟି ପ୍ରଦୀପ କୁମାର ସାହୁ ପୁଷ୍ପ ଗୁଛ,ଉପଢୈାକନ, ମାନପତ୍ର ଦେଇ ସମ୍ବର୍ଦ୍ଧନା କରିଥିଲେ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories