www.samajalive.in
Sunday, December 7, 2025
15.1 C
Bhubaneswar

ଚାଷୀ ଭାଇମାନେ ଗୋଟିଏ ବି ଟଙ୍କା ଫେରସ୍ତ କରନ୍ତୁ ନାହିଁ : ପ୍ରଦୀପ୍ତ ନାଏକ

– ଯେଉଁ ଅଧିକାରୀମାନେ ନିଜ କ୍ଷମତାକୁ ଅପବ୍ୟବହାର କରି ଅଯୋଗ୍ୟ ହିତାଧିକାରୀମାନଙ୍କୁ ସାମିଲ କରିଛନ୍ତି ସେହି ସରକାରୀ ଅଫିସର ଏବଂ କୃଷି ଅଧିକାରୀମାନଙ୍କ ଠାରୁ ଏହି ଅର୍ଥ ଆଦାୟ କରାଯାଉ
– ଚାଷୀଙ୍କ ପାଖରୁ ଅର୍ଥ ଆଦାୟ କରିବାର ନିଷ୍ପତିକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ରାଜ୍ୟସରକାର
– ଚାଷୀଭାଇମାନେ ସରକାରଙ୍କୁ ଟଙ୍କା ମାଗିନଥିଲେ
– ନିର୍ବାଚନ ଜିତିବା ଓ କ୍ଷମତା ଆପଣେଇବା ପାଇଁ ଆରମ୍ଭ ହୋଇଥିଲା କାଳିଆ ଯୋଜନା

ଭୁବନେଶ୍ୱର : କାଳିଆ ଯୋଜନାକୁ ରାଜ୍ୟ ସରକାର ତରବରିଆ ଭାବେ ଆରମ୍ଭ କରିଥିଲେ। ଶାସକ ବିଜେଡି ନିର୍ବାଚନ ଜିତିବା ଓ କ୍ଷମତା ଆପଣେଇବା ପାଇଁ କାଳିଆ ଯୋଜନା ଲାଗୁ କରିଥିଲା। ଦଳୀୟ କର୍ମୀମାନଙ୍କୁ ହିତାଧିକାରୀ ଚିହ୍ନଟ କରି ଏହି ଯୋଜନା ମାଧ୍ୟମରେ ଟଙ୍କା ବଂଟାଯାଇଥିଲା। ଆଉ ଏବେ ନିର୍ବାଚନ ସରିବା ପରେ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ କରି ଅର୍ଥ ଫେରାଇବା କହି ଚାଷୀଙ୍କ ମନରେ ଆତଙ୍କ ସୃଷ୍ଟି କରୁଛନ୍ତି ରାଜ୍ୟସରକାର। ଏବେ ରାଜ୍ୟସରକାର ୩ ଲକ୍ଷ ୪୧ ହଜାର ଚାଷୀଙ୍କ ଠାରୁ ୫ ହଜାର ଟଙ୍କା ଲେଖାଏଁ ୧ ମାସ ଭିତରେ ଫେରାଇବା ପାଇଁ ନୋଟିସ କରିଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ଚାଷୀଭାଇମାନେ ସରକାରଙ୍କୁ ଟଙ୍କା ମାଗିନଥିଲେ। ଏଣୁ ରାଜ୍ୟର ଚାଷୀଭାଇ ମାନେ ଗୋଟିଏ ବି ଟଙ୍କା ଫେରସ୍ତ କରନ୍ତୁ ନାହିଁ ବୋଲି ମୁଖ୍ୟ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ କହିଛନ୍ତି।
କାଳିଆ ଯୋଜନା ଆରମ୍ଭରୁ ପ୍ରଥମେ ହିତାଧିକାରୀଙ୍କ ପାଖରୁ ଦରଖାସ୍ତ ଗ୍ରହଣ କରାଯାଇଥିବ ଏବଂ ଏହାକୁ ତନଖି କରି ଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଯୋଜନାରେ ସାମିଲ କରାଯାଇଥିବ। କିନ୍ତୁ ନିର୍ବାଚନ ଥିବାରୁ ଏହି ଯୋଜନାକୁ ମୁଖ୍ୟମନ୍ତ୍ରୀ ତରବରିଆ ଭାବେ ଲାଗୁ କରି ୫ ହଜାର ଟଙ୍କା ଲେଖାଏଁ ୫୧ ଲକ୍ଷ ଲୋକଙ୍କୁ ବାଂଟି ଭୋଟ ହାତେଇଥିଲେ। ଏବେ ୩ ଲକ୍ଷ ୪୧ ହଜାର ଚାଷୀଙ୍କୁ ଅଯୋଗ୍ୟ ଦର୍ଶାଇ ସେମାନଙ୍କ ଠାରୁ ୧୭୦ କୋଟି ୫୦ ଲକ୍ଷ ଟଙ୍କା ଆଦାୟ କରିବାକୁ ବସିଛନ୍ତି। ଚାଷୀମାନେ ପଇସା ମାଗିନଥିଲେ। ସରକାର ତାଙ୍କ ସ୍ୱାର୍ଥ ପାଇଁ କାଳିଆ ଯୋଜନାକୁ ଲାଗୁ କରିଥିଲେ। ରାଜ୍ୟର କୌଣସି ଚାଷୀଭାଇ ସେମାଙ୍କର ଟଙ୍କା ନଫେରାଇଲେ କିଛି ବି ଅସୁବିଧା ହେବ ନାହିଁ ବୋଲି ଶ୍ରୀ ନାଏକ କହିଛନ୍ତି।
ରାଜ୍ୟସରକାର ଚାଷୀଙ୍କ ପାଖରୁ ଅର୍ଥ ଆଦାୟ କରିବାର ନିଷ୍ପତିକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ। କାଳିଆ ଯୋଜନାରେ ତାଲିକାରେ ଯେଉଁ ଅଧିକାରୀମାନେ ନିଜ କ୍ଷମତାକୁ ଅପବ୍ୟବହାର କରି ଅଯୋଗ୍ୟ ହିତାଧିକାରୀମାନଙ୍କୁ ସାମିଲ କରିଛନ୍ତି ସେହି ସରକାରୀ ଅଫିସର ଏବଂ କୃଷି ଅଧିକାରୀମାନଙ୍କ ଠାରୁ ଏହି ଅର୍ଥ ଆଦାୟ କରାଯାଉ ବୋଲି ଶ୍ରୀ ନାଏକ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories