www.samajalive.in
Saturday, December 6, 2025
14.1 C
Bhubaneswar

ଫେସନ ଡିଜାଇନରଙ୍କୁ ହତ୍ୟା ଅଭିଯୋଗରେ ଦର୍ଜୀ ଗିରଫ

ନୂଆଦିଲ୍ଲୀ: ବସନ୍ତକୁଞ୍ଜ ଅଞ୍ଚଳର ଜନୈକା ଫେସନ ଡିଜାଇନରଙ୍କୁ ହତ୍ୟା ଅଭିଯୋଗରେ ପୁଲିସ ଜଣେ ଦର୍ଜୀକୁ ଗିରଫ କରିଛି। ଉକ୍ତ ଅଞ୍ଚଳରୁ ଗୁରୁବାର ସକାଳେ ପୁଲିସକୁ ୫୩ବର୍ଷିୟା ମହିଳା ଫେସନ ଡିଜାଇନର ଓ ତାଙ୍କ ସହଯୋଗୀଙ୍କ ମୃତଦେହ ଉଦ୍ଧାର କରିଛି। ମହିଳା ଫେସନ ଡିଜାଇନରଙ୍କ ପରିଚୟ ମାଲା ଲାଖାନୀ ଓ ତାଙ୍କ ସହଯୋଗୀ ବାହାଦୂର ବୋଲି ପରିଚୟ ମିଳିଛି। ଉଭୟଙ୍କୁ ହତ୍ୟା କରାଯାଇ ଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି।
ହତ୍ୟା ଅଭିଯୋଗରେ ପୁଲିସ ରାହୁଲ ଅନୱର ନାମକ ଜଣେ ଦର୍ଜୀଙ୍କୁ ଗିରଫ କରିଛି। ଫେସନ ଡିଜାଇନର ମାଲାଙ୍କ ବୁଟିକ୍‍ରେ ଅନୱର ଦର୍ଜୀ ଭାବେ କାର୍ଯ୍ୟ କରୁଥିଲା। ଅନୱରଙ୍କ ପ୍ରାପ୍ୟ ମାଲା ଦେଉ ନଥିବାରୁ ଅନୱର ଓ ତାଙ୍କ ସାଥୀମାନେ ଏଭଳି ହତ୍ୟା କରିଥିବା ପୁଲିସ ପ୍ରକାଶ କରିଛି। ଅନୱରକୁ ଟଙ୍କା ଆବଶ୍ୟକ ଥିବାବେଳେ ମାଲା ତାକୁ ଏହି ଟଙ୍କା ଦେଇ ନଥିଲେ ବୋଲି ପୁଲିସ ପ୍ରକାଶ କରିଛି। ସକାଳ ୪ଟା ବେଳେ ମାଲିକାଣୀଙ୍କ ଚିତ୍କାର ଶୁଣି ଘଟଣାସ୍ଥଳରେ ବାହାଦୂର ଦୌଡ଼ି ଆସିବାରୁ ଅନୱର ଓ ତାଙ୍କ ସାଥିମାନେ ତାଙ୍କୁ ମଧ୍ୟ ହତ୍ୟା କରିଦେଇଥିଲେ। ମାଲାଙ୍କ ପେଟରେ ଓ ଗଳାରେ ଛୁରୀରେ କଟାଯାଇ ଥିବା ଦାଗ ଦେଖିବାକୁ ମିଳିଛି। ଉଭୟଙ୍କ ଚିତ୍କାର ଶୁଣି ପଡ଼ିଶା ଘର ପକ୍ଷରୁ ପୁଲିସକୁ ଖବର ଦିଆଯାଇ ଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ôଚ ସାକ୍ଷୀ ପ୍ରମାଣକୁ ଭିତ୍ତିି କରି ଅନୱରଙ୍କୁ ଗିରଫ କରିଥିବାବେଳେ ତାର ସହଯୋଗୀ ଫେରାର ହୋଇ ଯାଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories