www.samajalive.in
Saturday, December 6, 2025
23.1 C
Bhubaneswar

ପଶ୍ଚିମ ଓଡ଼ିଶାରେ ଆରମ୍ଭ ହେଲା ଆନ୍ଦୋଳନ; ଧାନ ରଖି ରାସ୍ତାରୋକୋ କଲେ ଚାଷୀ

ସମ୍ବଲପୁର: ଦାବି ପୂରଣ ନେଇ ଶେଷରେ ଆଜିଠାରୁ ସମଗ୍ର ପଶ୍ଚିମାଞ୍ଚଳରେ ରାଜରାସ୍ତାକୁ ଓହ୍ଲାଇଛି ଚାଷୀ ସଂଗଠନ। ପଶ୍ଚିମ ଓଡିଶା କୄଷକ ସଂଗଠନ ସମନ୍ବୟ ସମିତି ଡାକରାରେ ବିଭିନ୍ନ ଜିଲାରେ ଆଜି ଆନ୍ଦୋଳନ କରି ରାଜରାସ୍ତା ବନ୍ଦ କରିଛନ୍ତି  ଚାଷୀ ସଂଗଠନ। ସମ୍ବଲପୁରରେ ମଧ୍ୟ ଚାଷୀ ସଂଗଠନ ଆନ୍ଦୋଳନ କରିଥିବା ବେଳେ ଦାବି ପୁରଣ ନ ହେବା ଯାଏ ଆନ୍ଦୋଳନରୁ ଉଠିବେ ନାହିଁ ବୋଲି ଚାଷୀମାନେ ସରକାରଙ୍କୁ ଚେତାବନୀ ଦେଇଛନ୍ତି।

- Advertisement -

ସମ୍ବଲପୁର ଜିଲାରେ ସିନ୍ଦୁରପଙ୍କ ନିକଟସ୍ଥ ଚୌଧୁରି ଛକରେ ଆନ୍ଦୋଳନ କରାଯାଉଛି। ନିଜ ଉତ୍ପାଦିତ ଧାନକୁ ବସ୍ତାରେ ଧରି ଟ୍ରାକ୍ଟର ଓ ଟ୍ରକରେ ଭର୍ତ୍ତି କରି ରାସ୍ତାରୋକୋ କରିଛନ୍ତି ଚାଷୀ। ପଶ୍ଚିମ ଓଡିଶା କୄଷକ ସଂଗଠନ ସମନ୍ବୟ ସମିତି ଡାକରାରେ ଦିଆଯାଇଥିବା ରାଜରାସ୍ତା ଅବରୋଧ ଆନ୍ଦୋଳନକୁ ପୂର୍ଣ୍ଣ ପରିମାଣରେ ସମର୍ଥନ କରି ସମ୍ବଲପୁର ଜିଲା କୄଷକ ସଂଗଠନ ଏହି ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ଶତାଧିକ ଚାଷୀ ସାମିଲ ହୋଇଛନ୍ତି। ଚାଷୀ ସଂଗଠନ ପକ୍ଷରୁ ପୂର୍ବରୁ ଚାଷୀଙ୍କ ବିଭିନ୍ନ ଦାବି ନେଇ ସରକାରଙ୍କୁ  ଅବଗତ କରାଯାଇଛି । ଏହା ସହ  ଦାବି ପୂରଣ ପାଇଁ ୪ ତାରିଖ ଯାଏ ସମୟ ଦିଆଯାଇଥିବା ସତ୍ତ୍ବେ ସରକାର ଦାବି କୌଣସି ପଦକ୍ଷେପ ନ ନେଇ ଚାଷୀଙ୍କ ଦାବି ପ୍ରତି ଧ୍ୟାନ ଦେଇନାହିଁ ବୋଲି ସଂଗଠନ ଅଭିଯୋଗ କରିଛି।

ଚାଷୀ ସଂଗଠନ ସରକାରଙ୍କ ବିରୋଧରେ ସିଧାସଳଖ ଅଭିଯୋଗ କରିଛନ୍ତି ଯେ,  ପ୍ରତିବର୍ଷ ଚାଷୀଙ୍କ ଧାନ ବିକ୍ରି ପାଇଁ ଟୋକନ ସମସ୍ୟା ଲାଗିରହୁଛି।ଏଥିସହ ଏକର ପିଛା ଧାର୍ଯ୍ୟ ପରିମାଣକୁ ନେଇ ଚାଷୀ ସଂଗଠନ ବିରୋଧ କରିଛି। ତେବେ ଦାବି ପୂରଣ ପାଇଁ ସମ୍ବଲପୁର ଜିଲାର ସିନ୍ଦୁରପଙ୍କର ଚୌଧୁରୀ  ଛକରେ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏ ରାସ୍ତାରୋକୋ କରାଯାଉଛି। ଏଥିଯୋଗୁ  ସମ୍ବଲପୁର-ଦେବଗଡ, ମୁମ୍ବାଇ- କୋଲକାତା ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରହିଛି। ଚାଷୀଙ୍କ ରାଜରାସ୍ତା ଅବରୋଧ ଯୋଗୁ ଶହ ଶହ ସଂଖ୍ୟାରେ ଭାରିଯାନ ରାଜପଥରେ ଅଟକି ରହିଛି। ଘଟଣା ସ୍ଥଳରେ ଅତିରିକ୍ତ ଏସପି ଅମରେଶ ପଣ୍ଡାଙ୍କ ସମେତ ସଦର ଏସଡିପିଓ ତପନ ମହାନ୍ତି ଉପସ୍ଥିତ ରହିଥିବା ବେଳେ ଆଇନ ଶୄଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।

ଆନ୍ଦୋଳନରେ ପଶ୍ଚିମ ଓଡିଶା କୄଷକ ସଂଗଠନ ସମନ୍ବୟ ସମିତି ଆବାହକ ଅଶୋକ ପଧାନ, ମୁରାରୀ ପୁରୋହିତ, ଦେବେନ୍ଦ୍ର ପ୍ରଧାନ, ଚନ୍ଦ୍ରକାନ୍ତ ପଣ୍ଡା, ହରିଶଙ୍କର ପୁରୋହିତ, ବ୍ୟୋମକେଶ ଠାକୁର, ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ସୁଶାନ୍ତ ପଣ୍ଡାଙ୍କ ସମେତ ଶତାଧିକ ଚାଷୀ ନେତା ଓ ଚାଷୀ ସାମିଲ ହୋଇଛନ୍ତି।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories