www.samajalive.in
Friday, December 5, 2025
20.1 C
Bhubaneswar

ହେମା ମାଳିନୀଙ୍କୁ ଚାଷୀଙ୍କ ନିମନ୍ତ୍ରଣ ପତ୍ର: ପଞ୍ଜାବ ଆସି ଆମକୁ କୃଷି ଆଇନ ବିଷୟରେ ବୁଝାଅ, ଆମେ ଗସ୍ତ ଓ ରହଣୀ ଖର୍ଚ୍ଚ ଦେବୁ

ଚଣ୍ଡୀଗଡ଼: ଉତ୍ତରପ୍ରଦେଶର ମଥୁରା ସାଂସଦ ତଥା ଅଭିନେତ୍ରୀ ହେମା ମାଳିନୀଙ୍କୁ ଚାଷୀମାନେ ନିମନ୍ତ୍ରଣ ପତ୍ର ପଠାଇଛନ୍ତି। ହେମାଙ୍କୁ ପଞ୍ଜାବ ଆସିବାକୁ ଚାଷୀମାନେ କହିଛନ୍ତି। ନିମନ୍ତ୍ରଣ ପତ୍ରରେ ଚାଷୀମାନେ ଲେଖିଛନ୍ତି ଯେ, ପଞ୍ଜାବ ଆସି ଆମକୁ କୃଷି ଆଇନର ଫାଇଦା ବିଷୟରେ ବୁଝାଇ ଦିଅ, ଆମେ ତୁମକୁ ଗସ୍ତ ଖର୍ଚ୍ଚ ଦେବୁ। ଏହି ଚିଠିକୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଛି।

ସୂଚନାଯୋଗ୍ୟ, ହେମା ମାଳିନୀ କୃଷକ ଆନ୍ଦୋଳନକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ କୃଷକ ସଂଗଠନଗୁଡ଼ିକ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଥିଲା। ଏବେ ପଞ୍ଜାବର ଏକ କୃଷକ ସଂଗଠନ ପକ୍ଷରୁ ହେମାଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଇ ଉପରୋକ୍ତ କଥା କୁହାଯାଇଛି।

- Advertisement -
Image Courtesy: Amar ujala

ପତ୍ରରେ ଲେଖାଯାଇଛି ଯେ, ପଞ୍ଜାବର ଚାଷୀମାନେ ଆପଣଙ୍କୁ ଭେଟିବାକୁ ଚାହୁଁଛନ୍ତି। ଏଥିପାଇଁ ଆପଣଙ୍କୁ ଏଠାକୁ ଆସିବାକୁ ପଡ଼ିବ ଏବଂ କୃଷକମାନଙ୍କୁ କେନ୍ଦ୍ର ସକରାରଙ୍କ ୩ କୃଷି ଆଇନର ଫାଇଦା ବିଷୟରେ ବୁଝାଇବାକୁ ହେବ। ଆପଣ ପଞ୍ଜାବ ଆସିବାର ଟିକେଟ ଏବଂ ପଞ୍ଚତାରକା ହୋଟେଲରେ ୧ ସପ୍ତାହ ରହଣୀ ଖର୍ଚ୍ଚ ସଂଗଠନ ବହନ କରିବ ବୋଲି କୁହାଯାଇଛି।

କୃଷକ ସଂଗଠନ ଅଧ୍ୟକ୍ଷ ଭୂପିନ୍ଦର ସିଂହ, ଉପାଧ୍ୟକ୍ଷ ଜରନୈଲୀ ସିଂହ କହିଛନ୍ତି ଯେ, ପଞ୍ଜାବରେ ହେମା ମାଳିନୀଙ୍କୁ ଭାଉଜଙ୍କ ଭଳି ସମ୍ମାନ ଦିଆଯାଇଥାଏ। ଭାଉଜ ମା’ ସହିତ ସମାନ। କିନ୍ତୁ ହେମା ମାଳିନୀ କହିଥିଲେ, କୃଷକମାନେ ଜାଣନ୍ତି ନାହିଁ ସେମାନଙ୍କୁ କ’ଣ ଦରକାର। ସେମାନଙ୍କ ନିକଟରେ କୌଣସି ଏଜେଣ୍ଡା ନାହିଁ। ସେମାନେ ବିରୋଧୀ ଦଳଗୁଡ଼ିକର ପ୍ରଲୋଭନରେ ପଡ଼ି ଆନ୍ଦୋଳନ କରୁଛନ୍ତି।

ସୂଚନାଯୋଗ୍ୟ, ଅଭିନେତ୍ରୀ ତଥା ବିଜେପି ସାଂସଦ ହେମା ମାଳିନୀଙ୍କ ସ୍ବାମୀ ଧର୍ମେନ୍ଦ୍ର ପଞ୍ଜାବର ଲୁଧିଆନା ଅନ୍ତର୍ଗତ ସହନେୱାଲ ଅଞ୍ଚଳରେ ରୁହନ୍ତି। ପଠାନକୋଟରେ ଧର୍ମେନ୍ଦ୍ରଙ୍କ ଏକ ଫାର୍ମ ହାଉସ ଅଛି। ଅଧିକାଂଶ ସମୟରେ ଧର୍ମେନ୍ଦ୍ର ନିଜ କ୍ଷେତର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି। ତାଙ୍କ ପୁଅ ସନି ଦେଓଲ ଗୁରଦାସପୁରରୁ ବିଜେପି ସାଂସଦ ଅଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories