www.samajalive.in
Saturday, December 6, 2025
17.1 C
Bhubaneswar

ପଶ୍ଚିମ ଓଡ଼ିଶା କୃଷକ ସମନ୍ଵୟ ସମିତି ଉଗ୍ର କଲା ଆଭିମୁଖ୍ୟ, ବାଇକ ରାଲିରେ ଭୁବନେଶ୍ୱର ଯାଉଛନ୍ତି ହଜାର ହଜାର ଚାଷୀ

ସମ୍ବଲପୁର: ମଣ୍ଡି ଗୁଡିକର ଘରୋଇକରଣ ଓ ନୂତନ ଠିକା ଚାଷ ଆଇନ ବିରୁଦ୍ଧରେ ଭୁବନେଶ୍ୱରରେ ଗର୍ଜିବେ ଚାଷୀ। ଆର ପାରର ଲଢେଇ ପାଇଁ ବାହାରିଛନ୍ତି ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ସମନ୍ଵୟ ସମିତିର ହଜାର ହଜାର ଚାଷୀ। ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ ଗୁଣ ବୃଦ୍ଧି ସହ ଏହାର ଗ୍ୟାରେଣ୍ଟି ପାଇଁ ନିର୍ଣ୍ଣାୟକ ଲଢେଇର ଡାକରା ଦେଇଛି କୃଷକ ସଙ୍ଗଠନ। ଜିଲା ଗୁଡିକରେ ଥିବା ସରକାରୀ ମଣ୍ଡି ଗୁଡିକର ଆଧୁନିକୀକରଣ, ଜମି ମାଲିକାନାକୁ ଅକ୍ଷୁର୍ଣ୍ଣ ରଖି ଭାଗ ଚାଷୀଙ୍କୁ ସ୍ୱୀକୃତି ପ୍ରଦାନ ସହ କେନ୍ଦ୍ର ସରକାରଙ୍କ ୩ କଳା କୃଷି ଆଇନ ପ୍ରତ୍ୟାହାର ଦାବିରେ ଆସନ୍ତା ୨ ତାରିଖରେ ରାଜଧାନୀରେ ଏକତ୍ରିତ ହେବେ ଏବଂ ହଜାର ହଜାର କୃଷକଙ୍କ ସାଥିରେ ପଶ୍ଚିମ ଓଡ଼ିଶାର ତୁଙ୍ଗ ଚାଷୀ ନେତା ଗର୍ଜିବେ।

ଖରିଫ ଧାନ ପଡି ପଡି ଗଜା ହେବାକୁ ବସିଲାଣି ଶହ ଶହ ବସ୍ତା। ଏପଟେ ମଣ୍ଡି ବନ୍ଦ, ଆଉ ଧାନ କିଣିବାକୁ କାହାରି ଦର୍ଶନ ନାହିଁ। ଟୋକନ କଥା ନ କହିବା ଭଲ, ଟାର୍ଗେଟ ସରିଲା କହି ସରକାର ଅଧାରୁ ମଣ୍ଡି ବନ୍ଦ କରିଦେଲେ। ଯାହା ବାଡେଇ କଚାଡି ହେଲେ ବି କେହି ପଦଟିଏ ବି ଶୁଣିଲେନି। ଏ ସମ୍ପର୍କରେ ଦୀର୍ଘ ଦିନରୁ ଦାନା ବାନ୍ଧୁଥିବା ଚାଷୀ ଅସନ୍ତୋଷ ଏବେ କିନ୍ତୁ ଉଗ୍ର ରୂପ ଧାରଣ କରିଛି। ଆର ପାର ଲଢେଇର ନିର୍ଣ୍ଣାୟକ ଡାକରା ଦେଇ ମଟର ସାଇକେଲ ରାଲିରେ ଭୁବନେଶ୍ୱର ବାହାରିଛନ୍ତି ପଶ୍ଚିମ ଓଡ଼ିଶାର ହଜାର ହଜାର ଚାଷୀ।

- Advertisement -

ଆଜି ଦିନ ସାଢେ ୧୨ଟାରେ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ବଳିଦାନ ଦିବସରେ ସମ୍ବଲପୁରର ଜେଲ ଛକରେ ଅବସ୍ଥିତ ଏହି ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ କୃଷକ ସଙ୍ଗଠନ ଭୁବନେଶ୍ୱର ଯାତ୍ରା ଆରମ୍ଭ କରଛି। ୨୮ରେ ବାମୁର ଓ ଆସନ୍ତା ୧ରେ କଟକରେ ରାତ୍ରି ରହଣି ପରେ ୨ ତାରିଖରେ ପଳାଶୁଣି ନିକଟରେ ଏକତ୍ରିତ ହେବେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ସମସ୍ତ ଚାଷୀ। ଆଉ ଏହା ପରେ ପଦଯାତ୍ରା ସହ ସଭା ସମିତି କରାଯାଇ ଭୁବନେଶ୍ୱରରେ ଗର୍ଜିବେ ଚାଷୀ ନେତା। ଜାନୁଆରୀ ୨୬ରେ କୃଷକମାନଙ୍କ ଟ୍ରାକ୍ଟର ରାଲିର ତିକ୍ତ ଅନୁଭୂତି ମନରୁ ଲିଭି ନ ଥିବା ବେଳେ ଓଡିଶାରେ ଚାଷୀଙ୍କ ମଟରସାଇକେଲ ରାଲି କି ରୂପ ଧାରଣ କରିବ ତାକୁ ନେଇ ସବୁ ମହଲରେ ଚର୍ଚ୍ଚା ଜୋର ଧରିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories