www.samajalive.in
Saturday, December 6, 2025
19.1 C
Bhubaneswar

ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନା ସମ୍ପର୍କିତ କୃଷକ ତାଲିମ କାର୍ଯ୍ୟକ୍ରମ

ବାଙ୍କୀ: ଡମପଡ଼ା ସହକାରୀ କୃଷି ଅଧିକାରୀ କାର୍ଯ୍ୟାଳୟ ସୌଜନ୍ୟତାରେ ଘାସିପୁଟ ସ୍ଥିତ କୃଷକ ବଜାର ପରିସରରେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ସମ୍ପର୍କିତ ଏକ ଦିବସୀୟ କୃଷକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ କୃଷକ ତାଲିମ ଶିବିରକୁ ମୁଖ୍ୟଅତିଥି ଭାବରେ ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ ପ୍ରଦୀପ ପ୍ରଜ୍ବଳନ ଶିବିର ଉଦ୍‌ଘାଟନ କରିବା ସହିତ ଉନ୍ନତ ଓ ବିକଶିତ କୃଷି ପାଇଁ ମୃତ୍ତିକା ପରୀକ୍ଷା ଚାଷୀ ପାଇଁ ଏକ ଫଳପ୍ରଦ ଉପହାର ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ। କୃଷି ବିଭାଗ ସଂଚାଳନରେ ଅଂଚଳରେ କରାଯାଉଥିବା ମୃତ୍ତିକାର ଅବସ୍ଥା ସମ୍ପର୍କରେ ଜାଣିବା ପାଇଁ ମୃତ୍ତିକା ପରୀକ୍ଷା ଜରୁରୀ ବୋଲି ପ୍ରକାଶ କରି ପ୍ରତି ଚାଷୀ ଏହା କରାଇବା ଉଚିତ୍‍ ବୋଲି କହିଥିଲେ। ଆତ୍ମାର ଅଧ୍ୟକ୍ଷ ସଂଜୟ ମହାରଣାଙ୍କ ଅଧ୍ୟକ୍ଷତାରେ ସଂଚାଳିତ ଶିବିରରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଜିଲ୍ଲାପରିଷଦ ସଦସ୍ୟ ଆଶିଷ ସାହୁ, ମୀନତି ମହାପାତ୍ର, ଡମପଡ଼ା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟ୍ଟେଲ, କୁଶପଙ୍ଗୀ ସରପଞ୍ଚ ନରେଶ କୁମାର ବେଉରା, ସମିତି ସଭ୍ୟଙ୍କ ପ୍ରତିନିଧି ପପୁ ବେଉରା ପ୍ରମୁଖ ଯୋଗ ଦେଇଥିଲେ। ସହକାରୀ କୃଷି ଅଧିକାରୀ ବିପି ରୋଜାଲିନୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ। ବ୍ଲକ କୃଷି ଅଧିକାରୀ ସୁବ୍ରତ ପାଢ଼ୀ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ କୃଷକମାନଙ୍କୁ ମୃତ୍ତିକା କାର୍ଡ ସମ୍ପର୍କିତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଗ୍ରାମ କୃଷି କର୍ମଚାରୀ ମାଧବାନନ୍ଦ ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ମୁଖ୍ୟଅତିଥିଙ୍କ ଦ୍ୱାରା ତୁଳସୀପୁର ଅମ୍ବିକା ସ୍ୱଂୟସହାୟକ ଗୋଷ୍ଠୀ, ଡମପଡ଼ାଗଡ଼ ମା’ ବାଉତୀ ସ୍ୱଂୟ ସହାୟକ ଗୋଷ୍ଠୀ, ଦୁର୍ଗାପୁରର ମା’ ମହାମାୟୀ ସ୍ୱଂୟସହାୟକ ଗୋଷ୍ଠୀ ଏବଂ ଭଗିପୁର ଗ୍ରାମର ମା’ ମଙ୍ଗଳା ସ୍ୱଂୟସହାୟକ ଗୋଷ୍ଠୀକୁ ଶିଡ୍‍ ମନି ଭାବରେ ୧୦ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଚେକ୍‍ ମାଧ୍ୟମରେ ପ୍ରଦାନ କରାଯାଇଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories