www.samajalive.in
Saturday, December 6, 2025
16.1 C
Bhubaneswar

ବିଧାନସଭା: ଆଦିବାସୀ ମହିଳାଙ୍କ ଉପରେ ପୁଲିସ୍‍ ଆକ୍ରମଣ ନେଇ ଗୃହରେ ହଟ୍ଟଗୋଳ, ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଡେସ୍କ: ବିଧାନସଭାରେ ଆଜି ଶୂନ୍ୟକାଳରେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକରେ ଆଦିବାସୀ ମହିଳାଙ୍କ ଉପରେ ପୁଲିସର ଆକ୍ରମଣ ପ୍ରସଙ୍ଗ ଜୋର ଧରିଥିଲା। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି ଏହି ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ ଯେ ଜୁନ୍‍ ୫ତାରିଖ ରାତି ୨ଟା ବେଳେ ପୁଲିସ୍‍ ଏସ୍‍ଡିପିଓ ନିଶାସକ୍ତ ଅବସ୍ଥାରେ ମହିଳା ପୁଲିସ୍‍ କର୍ମଚାରୀ ସାଙ୍ଗରେ ନନେଇ ଆଦିବାସୀଙ୍କ ଘରେ ପଶି ଅତ୍ୟାଚାର କରିଛନ୍ତି। ଆଦିବାସୀ ମହିଳାଙ୍କୁ ପ୍ରବଳ ମାଡ ମାରିବା ଯୋଗୁଁ ଚାରିଜଣ ମହିଳା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମହିଳାଙ୍କ ଉପରେ ହୋଇଥିବା ମାଡର ଫଟୋ ଶ୍ରୀ ବାହିନିପତି ଗୃହରେ ଦେଖାଇଥିଲେ। ପରବର୍ତ୍ତୀ ସମୟରେ ସ୍ଥାନୀୟ ଲୋକେ ଏ ସଂକ୍ରାନ୍ତରେ ଜିଲ୍ଲାପାଳ ଓ ଏସ୍‍ପିଙ୍କୁ ଏ ସଂକ୍ରାନ୍ତରେ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ।

କଂଗ୍ରେସ ସଦସ୍ୟ ସନ୍ତୋଷ ସିଂହ ସାଲୁଜା ଏହି ଘଟଣାରେ ଏସ୍‍ଡିପିଓ ଅଂଶୁମାନ ଦ୍ୱିବେଦୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହିତ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ଘଟଣାରେ ଗୃହ କମିଟି ଯାଇ ତଦନ୍ତ କରିବା ସହିତ ଏହାର ବିଚାର ବିଭାଗୀୟ କିମ୍ବା କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ବାଚସ୍ପତି ରୁଲିଂ ଦେବାକୁ ଦାବି କରିଥିଲେ। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ତୁରନ୍ତ ଗୃହ ମୁଲତବି ରଖି ବାଚସ୍ପତି ଏହା ଉପରେ ଆଲୋଚନା ପାଇଁ ଦାବି କରିଥିଲେ। ବିଜେପି ଦଳର ସଚେତକ ମୋହନ ମାଝି ମଧ୍ୟ ଏହି ଘଟଣାର ତଦନ୍ତ ପାଇଁ ବାଚସ୍ପତି ରୁଲିଂ ଦେବାକୁ ଦାବି କରିଥିଲେ। ତେବେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଏହାର ଅନୁଧ୍ୟାନ କରିବେ ବୋଲି କହିବାରୁ ବିରୋଧି କଂଗ୍ରେସ ଓ ବିଜେପି ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ରୁଲିଂ ଦାବିରେ ହଟ୍ଟଗୋଳ କରିଥିଲେ। ପରେ ବାଚସ୍ପତି ଗୃହକୁ ମୁଲତବି ରଖି ସର୍ବଦଳୀୟ ବୈଠକ ଡାକିଥିଲେ। ତେବେ ସର୍ବଦଳୀୟ ବୈଠକରେ କୌଣସି ନିଷ୍କର୍ଷ ବାହାରି ପାରିନଥିଲା। ତେବେ ଅପରାହ୍ନରେ ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରିବ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories