www.samajalive.in
Monday, December 8, 2025
13.1 C
Bhubaneswar

ଡମପଡ଼ା ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ବୃକ୍ଷରୋପଣ

ବାଙ୍କୀ: ବିଜୁ ଜନତା ଦଳର ୨୫ତମ ବର୍ଷ ପୂର୍ତ୍ତି ଅବସରରେ ବୁଧବାର ଡମପଡ଼ାଗଡ଼ର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଇଛି। ସୂଚନା ଅନୁଯାୟୀ, ଡମପଡ଼ା ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବାଙ୍କୀ ବିଧାୟକ ଦେବୀ ରଂଜନ ତ୍ରିପାଠୀ ଯୋଗ ଦେଇଥିଲେ। ଥିସହ ୩୮ ନମ୍ବର ଜୋନ୍‍ ଜିଲ୍ଲାପରିଷଦ ସଦସ୍ୟ ଆଶିଷ କୁମାର ସାହୁ, ଡମପଡ଼ା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟ୍ଟେଲ, ଉପାଧ୍ୟକ୍ଷ ଗୀତାଞ୍ଜଳୀ ବେଉରା, ଡମପଡ଼ା ସରପଞ୍ଚ ରୂପାଲୀ ପରିଜା, ସମାଜସେବୀ ସୁରେଷ ଚନ୍ଦ୍ର ତ୍ରିପାଠୀ, ଯୁବ ବିଜେଡି ସଭାପତି ଭାଗିରଥୀ ପାଣି ଯୁବ ଛାତ୍ର ଜନତା ଦଳ ସଭାପତି ଗୌରବ ବଳିୟାରସିଂହ, ଡମପଡ଼ା ଯୁବ ବିଜେଡି ସଭାପତି ସମୀର କୁମାର ଧଳ, ବରିଷ୍ଠ ଓକିଲ ମାନସ ରଂଜନ ଧଳ, ଡମପଡ଼ା ବ୍ଲକ ପୂର୍ବତନ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପାତ୍ର ଓ ବିଜୁ ଛାତ୍ର ଜନତା ଦଳର କର୍ମୀମାନେ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଡମପଡ଼ାଗଡ଼ର ପ୍ରୀତମ କୁମାରୀ ବିଦ୍ୟାମନ୍ଦିର, ଅମରେନ୍ଦ୍ର ମଧ୍ୟ ଇଂରାଜୀ ବିଦ୍ୟାଳୟ, ଡମପଡ଼ାଗଡ଼ ପଞ୍ଚାୟତ ଉଦ୍ୟାନ ଏବଂ ତାଳବସ୍ତ ପଞ୍ଚାୟତର ବିଦ୍ୟାଧରପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ପ୍ରକାଶ ଔଷଧୀୟ ବୃକ୍ଷ ସହିତ ବଉଳ, ଅଁଳା, ପିଜୁଳି, ପଣସ, ଆମ୍ବ, ବରକୋଳି ଆଦି ବିଭିନ୍ନ ପ୍ରକାରର ଫଳଚାରା ରୋପଣ କରାଯାଇଛି। ମୁଖ୍ୟଅତିଥି ଶ୍ରୀ ତ୍ରିପାଠୀ ଚାରାଗୁଡିକର ଯତ୍ନ ଓ ସୁରକ୍ଷା ପାଇଁ ଦୃଷ୍ଟି ଦେବା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories