www.samajalive.in
Saturday, December 6, 2025
14.1 C
Bhubaneswar

ସରକାରୀ ଭୁଲ ପାଇଁ ଚିନ୍ତାରେ ଚାଷୀ: ୭ଦିନ ସମୟ ନେଲେ ଜିଲାପାଳ, ବାହାଲବୁକା ଗାଁ ଚାଷୀଙ୍କ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗିର:ପୁଇଁନ୍ତଲା ବ୍ଲକ ବୁବେଲ ପଞ୍ଚାୟତର ବାହାଲବୁକା ଗାଁର ଚାଷୀ ସରକାରୀ ତ୍ରୁଟି ଯୋଗୁଁ ୨୦୧୮-୧୯ ଓ ୨୦୧୯-୨୦ ଫସଲ ବୀମାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି। ତେଣୁ ଶୁକ୍ରବାର ଗାଁର ଚାଷୀ ଓ ମହିଳାମାନେ ବଲାଙ୍ଗିର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସୂଚନା ଅନୁସାରେ, ବୁବେଲ ପଞ୍ଚାୟତର ଅନ୍ୟ ଗାଁ ଲୋକେ ଫସଲ ବୀମା ରାଶି ପାଇଥିବା ବେଳେ ବାହାଲବୁକା ଚାଷୀମାନେ ବୀମା ରାଶି ପାଇନାହାନ୍ତି। ଏ ସଂପର୍କରେ ଚାଷୀମାନେ ଜିଲା କୃଷି ଓ ବ୍ଲକ କୃଷି ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ।
ଜିଲା କୃଷି ଅଧିକାରୀଙ୍କ କହିବା ଅନୁସାରେ, ବାହାଲବୁକା ଗାଁ ବୁବେଲ ପଞ୍ଚାୟତରେ ଥିବା ବେଳେ ଭୁଲ ଯୋଗୁଁ ତାହା ରଣ୍ଡା ପଞ୍ଚାୟତ ଅଧୀନରେ ଅନ୍ତର୍ଭୁକ୍ତ ହୋଇଛି। ଫଳରେ ଗାଁର ଚାଷୀ ଓ ଲୋକେ ବୁବେଲ ପଞ୍ଚାୟତରୁ ଅନ୍ୟାନ୍ୟ ସୁବିଧା ପାଉଥିବା ବେଳେ ଶସ୍ୟ ବୀମା ପାଇଁ ରଣ୍ଡା ପଞ୍ଚାୟତରେ ହେବାକୁ ନେଇ ଚାଷୀ ଅସନ୍ତୋଷ ପ୍ରକାଶ କରିଥିଲେ।

ଶୁକ୍ରବାର ଗାଁର ବହୁ ଲୋକ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲାପାଳ ଚଞ୍ଚଳ ରାଣାଙ୍କୁ ସମସ୍ୟା ସଂପର୍କରେ ଅବଗତ କରିଥିବା ଜଣାପଡିଛି। ଜିଲାପାଳ ଶ୍ରୀ ରାଣା ଚାଷୀଙ୍କ ସମସ୍ୟା ଶୁଣିବା ପରେ ଆସନ୍ତା ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଜିଲାପାଳଙ୍କ ପ୍ରତିଶ୍ରୁତି ପରେ ଗାଁ ଲୋକେ ବିକ୍ଷୋଭରୁ ହଟିଥିଲେ। ଶୁକ୍ରବାର ଅନୁଷ୍ଠିତ ବିକ୍ଷୋଭରେ ଜିଲା କଂଗ୍ରେସ ପ୍ରବକ୍ତା ସାନନ୍ଦ ମିଶ୍ର, ଦୈତ୍ୟ ରଣା, ମନବୋଧ ମୁନା, ଦୟାନିଧି ରଣା, ରାଜୀବ ରଣା, କିଶୋର ରଣା, ଚମ୍ପେଶ୍ୱର ରଣା, ମନୋଜ ରଣା, ହାଡୁ ମଟାରୀ, ମନୋରଞ୍ଜନ କୁମ୍ଭାର, ଜୀବର୍ଦ୍ଧନ ରଣା, ଲଳିତ ରଣା, ପରମେଶ୍ୱର ରଣା, ଡାକ୍ତର ରଣା, ଶରତ ସନା, ବୁଲୁ ମଟାରୀ, କୁଶେଳେଶ୍ୱର କୁଅଁର, ରାମପ୍ରସାଦ ମଟାରୀ, ମୀନକେତନ ରଣା, ମଗଶିର ରଣାଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories