www.samajalive.in
Saturday, December 6, 2025
26.1 C
Bhubaneswar

ନୂଆ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଉପହାର : ୧୬ ଲକ୍ଷ କୃଷକଙ୍କର କୃଷିଋଣ ଛାଡ଼

ଋାୟପୁର : ଛତିଶଗଡ଼ର ନୂତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ରାଜ୍ୟର ୧୬ଲକ୍ଷ କୃଷକଙ୍କର ୬,୧୦୦ କୋଟି ଟଙ୍କାର କୃଷିଋଣ ଛାଡ଼ କରିବା ନେଇ ଘୋଷଣା କରିଛନ୍ତି। ଶପଥ ଗ୍ରହଣ ପରେ ପରେ ସେ ରାଜ୍ୟର କୃଷକମାନଙ୍କୁ ଏହି ପ୍ରଥମ ଉପହାର ଦେଇଛନ୍ତି। ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଭଳି ଶ୍ରୀ ବାଘେଲ ମଧ୍ୟ କୃଷିଋଣ ଛାଡ଼ କରିବା ନେଇ ଘୋଷଣା କରିଛନ୍ତି।

ସୋମବାର ରାତିରେ ଅନୁଷ୍ଠିତ ପ୍ରଥମ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ ସମବାୟ ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ସ୍ୱଳ୍ପ ମିଆଦି ଋଣ ଛାଡ଼ କରାଯିବ।
ସେହିପରି ମଇ ୨୦୧୩ରେ ବସ୍ତର ଜିଲ୍ଲାର ଝେରାଘାଟିରେ ହୋଇଥିବା ଭୟଙ୍କର ମାଓ ଆକ୍ରମଣ ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‍ଆଇଟି) ଗଠନ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛି। ଏହି ଆକ୍ରମଣରେ ତତ୍କାଳୀନ ପିସିସି ମୁଖ୍ୟ ନନ୍ଦ କୁମାର ପଟେଲ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଦ୍ୟାଚରଣ ଶୁକ୍ଳ ଏବଂ ତତ୍କାଳୀନ ବିରୋଧୀ ଦଳ ନେତା ମହେନ୍ଦ୍ର କର୍ମାଙ୍କ ସମେତ ୨୯ ଜଣଙ୍କର ମୃତ୍ୟୁ ଘଟିଥିଲା। ସେହିପରି ରାଜ୍ୟର କୃଷକମାନଙ୍କଠାରୁ ଧାନ କିଣିବା ସମୟରେ ସର୍ବନିମ୍ନ ସହାୟକ ମୂଲ୍ୟ ଯୋଜନାରେ କୁଇଣ୍ଟାଲ ପିଛା ୨୫୦୦ ଟଙ୍କା ପ୍ରଦାନ କରାଯିବା ପ୍ରସ୍ତାବ ମଧ୍ୟ କ୍ୟାବିନେଟର ଅନୁମୋଦନ ଲାଭ କରିଛି। ଧାନ ମୂଲ୍ୟ ସହିତ କୁଇଣ୍ଟାଲ ପିଛା ପିଛା ବୋନସ୍‍ ଆକାରରେ ଏହି ଅର୍ଥ ପ୍ରଦାନ କରାଯିବ।
ସୂଚନା ଯୋଗ୍ୟ ସୋମବାର ସନ୍ଧ୍ୟାରେ ଶ୍ରୀ ବାଘେଲ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଶପଥ ନେଇଥିବା ଅନ୍ୟ ଦୁଇଜଣ ମନ୍ତ୍ରୀ ଟି.ଏସ୍‍. ସିଂହଦେଓ ଓ ତାମ୍ରଧ୍ୱଜ ସାହୁ ମଧ୍ୟ ଏହି କ୍ୟାବିନେଟ ବୈଠକରେ ଯୋଗଦେଇଥିଲେ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories