www.samajalive.in
Saturday, December 13, 2025
21.1 C
Bhubaneswar

ଭାରତର ପ୍ରସିଦ୍ଧ ୫ଟି ସ୍ୱାଦିଷ୍ଟ ଥାଳିର ମଜା ନେବା ପାଇଁ ଯାଆନ୍ତୁ ଏହି ସ୍ଥାନ

ବହୁ ଲୋକେ ଖାଦ୍ୟ ପ୍ରେମୀ ଅଟନ୍ତି। ଏହି କାରଣରୁ ସେମାନେ ବ୍ୟଞ୍ଜନ ପାଇଁ ପ୍ରସିଦ୍ଧ ଥିବା ବିଭିନ୍ନ ସ୍ଥାନକୁ ଭ୍ରମଣ ପାଇଁ ଯାଇ ଏହାର ମଜା ନେଇଥାଆନ୍ତି। ଏପରି ମଧ୍ୟ କୁହାଯାଏ ଭାରତରେ ପ୍ରତି ୫୦ କିଲୋମିଟର ସ୍ଥାନ ଅତିକ୍ରମ କରିବା ପରେ ଖାଦ୍ୟର ସ୍ୱାଦ ବଦଳି ଯାଏ। କାଶ୍ମୀର ଠାରୁ ଆରମ୍ଭ କରି କନ୍ୟାକୁମାରୀ ଓ ଗୁଜୁରାଟରୁ ଆରମ୍ଭ କରି ପଶ୍ଚିମବଙ୍ଗ ଯାଏଁ ବ୍ୟଞ୍ଜନର ସ୍ୱାଦ ଭିନ୍ନ ଭିନ୍ନ ହୋଇଥାଏ। ଏଭଳି କେତେକ ସ୍ଥାନ ବିଷୟରେ ଓ ସେଠାରେ ପ୍ରସିଦ୍ଧ ଖାଦ୍ୟପେୟ ବିଷୟରେ ଜାଣନ୍ତୁ….
ଯଦି ଆପଣ ପଞ୍ଜାବୀ ଥାଳି ବା ଖାଦ୍ୟର ମଜା ନେବା ଚାହୁଁଛନ୍ତି ତେବେ ଭ୍ରମଣ ପାଇଁ ପଞ୍ଜାବ ନିଶ୍ଚୟ ଯାଆନ୍ତୁ। ଏଠାରେ ଆପଣ ରାଜମା, ଛୋଲେ, ଅନ୍ନ, ପନିର , ନାନ୍‍ , ଡ଼ାଲ୍‍ ମଖନି, ଚପାତି, ସରସୋ କା ଶାଗ୍‍ , ( ସୋରିଷ ଶାଗ )ମକା ରୁଟି , ପ୍ରସିଦ୍ଧ ଲସି, ଆଦି ଖାଦ୍ୟର ମଜା ନେଇ ପାରିବେ। ଏତଦ ବ୍ୟତୀତ ଆମିଷ ବ୍ୟଞ୍ଜନ ମଧ୍ୟ ଖାଇବାକୁ ଖୁବ ସୁଆଦିଆ। ଏଠାରେ ଖାଦ୍ୟର ମଜା ନେବା ସହ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଓ ଅମୃତ ସହରରେ ଥିବା ସ୍ୱର୍ଣ୍ଣ ମନ୍ଦିରକୁ ମଧ୍ୟ ଭ୍ରମଣ ପାଇଁ ଯାଇପାରିବେ।
ଯଦି ଆପଣ ରାଜସ୍ଥାନୀ ଖାଦ୍ୟର ମଜା ନେବା ଇଚ୍ଛୁକ ତେବେ ଜୟପୁର, ଜୋଧପୁର, ରାଜସ୍ଥାନର ଅନ୍ୟ ସହରରେ ଡ଼ାଲ ବାଟୀ, ଚୁରମା, ରାଜ କଚୋରୀ ଭଳି ବହୁ ସ୍ୱାଦିଷ୍ଟ ଖାଦ୍ୟର ଖାଇବାର ସୁଯୋଗ ପାଇପାରିବେ ଓ ବିଭିନ୍ନ ସ୍ଥାନ ମଧ୍ୟ ବୁଲିପାରିବେ।
ଗୁଜୁରାଟୀ ଖାଦ୍ୟ ଥାଳୀରେ ଆପଣ ଶାକାହାରୀ ଭୋଜନ ପାଇବେ। ଏଠାରେ ବିଭିନ୍ନ ପ୍ରକାରର ମିଠାର ମଜା ନେଇପାରିବେ। ଥେପଲା, ଖାଣ୍ଡବୀ, ଢୋକଲା, ପୁରନ ପୋଲୀ ଭଳି ଖାଦ୍ୟର ଆନନ୍ଦ ପାଇପାରିବେ।
ମହାରାଷ୍ଟ୍ରରେ ଖାଦ୍ୟର ମଜା ନେବା ପାଇଁ ଆପଣଙ୍କୁ ମୁମ୍ବଇ ଯିବାକୁ ପଡ଼ିବ। ଏଠାରେ ଆପଣ ପାଓ, ଭାଜି ( ଆମିଷରେ ପ୍ରସ୍ତୁତ) , ଅନ୍ୟାନ୍ୟ ସ୍ୱାଦିଷ୍ଟ ବ୍ୟଞ୍ଜନ ମଧ୍ୟ ଖାଇପାରିବେ।
ବଙ୍ଗାଲୀ ଖାଦ୍ୟ ଥାଳିର ଆନନ୍ଦ ପାଇବାକୁ ପଶ୍ଚିମବଙ୍ଗ ଯିବାକୁ ପଡ଼ିବ। ଏଠାରେ ଆପଣ ମାଛରେ ପ୍ରସ୍ତୁତ ଭିନ୍ନ ଭିନ୍ନ ବ୍ୟଞ୍ଜନର ମଜା ନେଇପାରିବେ। ଆମିଷ ବ୍ୟତୀତ ରସଗୋଲା ଓ ଅନ୍ୟାନ୍ୟ ଖାଦ୍ୟ ମଧ୍ୟ ଏଠାରେ ଖୁବ ସ୍ୱାଦିଷ୍ଟ।

Hot this week

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories