www.samajalive.in
Saturday, December 6, 2025
16.1 C
Bhubaneswar

ମୃତ୍ୟୁ ପରେ ଅନ୍ତର୍ଯ୍ୟାମୀଙ୍କ ଶରୀର ଦାନ କଲେ ପରିବାରବର୍ଗ

ସମ୍ବଲପୁର: ଉତ୍ସର୍ଗ ଅନୁଷ୍ଠାନର ସହଯୋଗରେ ଭିମସାରର ଆନାଟୋମି ବିଭାଗକୁ ଅନ୍ତର୍ଯ୍ୟାମୀ ତ୍ରିପାଠୀଙ୍କ ମୃତ୍ୟୁ ପରେ ତାଙ୍କର ଇଚ୍ଛାନୁଯାୟୀ ଶରୀର ଦାନ କରାଯାଇଛି । ଗୁରୁବାର ସକାଳେ ଶ୍ରୀ ତ୍ରିପାଠୀଙ୍କ ସ୍ୱର୍ଗବାସ ହୋଇଥିବା ବେଳେ ମୃତ୍ୟୁ ପୂର୍ବରୁ ସେ ଉତ୍ସର୍ଗ ଅନୁଷ୍ଠାନକୁ ଶରୀର ଦାନର ସଙ୍କଳ୍ପ ପତ୍ର ପ୍ରଦାନ କରିଥିବାରୁ ଅନୁଷ୍ଠାନର ସହଯୋଗରେ ପରିବାରବର୍ଗଙ୍କ ଉପସ୍ଥିତିରେ ତାଙ୍କର ସମ୍ପୂର୍ଣ୍ଣ ଶରୀରକୁ ଡାକ୍ତରୀ ଶିକ୍ଷା ଓ ଅନୁସନ୍ଧାନ ପାଇଁ ଆନାଟୋମି ବିଭାଗକୁ ଦାନ କରାଯାଇଥିଲା। ଏହି ଅବସରରେ ଆନାଟୋମି ବିଭାଗର ଡା. ମମତା ସର ଓ ଅନ୍ୟ କର୍ମଚାରୀମାନଙ୍କ ସହିତ ସ୍ୱର୍ଗତ ତ୍ରିପାଠୀଙ୍କ ପରିବାରବର୍ଗ ଏବଂ ଉତ୍ସର୍ଗର ପ୍ରଶାନ୍ତ ପାଟ୍ଟଯୋଶୀ, ରଜନୀ ନାଗ, ଜୟନ୍ତ ନନ୍ଦ, ପ୍ରବୀଣ ଦୀକ୍ଷିତ, ଶିବ ନାରାୟଣ ପାଣିଗ୍ରାହୀ, ସୁଧିର ପୂଜାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories