www.samajalive.in
Tuesday, December 9, 2025
16.1 C
Bhubaneswar

ହତ୍ୟାକାରୀକୁ ଗିରଫ କରିବାକୁ ପରିବାରବର୍ଗଙ୍କ ଗୁହାରି

ସାରନଗରୀ : ଦକ୍ଷିଣ ରାଉରକେଲା ସ୍ଥିତ ଉତ୍କଳ ନଗର ଠାରୁ କିଛି ଦୂରରେ ଥିବା ଡମ୍ପିୟାର୍ଡ ଖାଦାନ ନିକଟରୁ ଲାଲଟାଙ୍କି ଅଂଚଳର ଗିରି ବସ୍ତିରେ ବାସ କରୁଥିବା ୨୩ ବର୍ଷିୟ ଯୁବକ ବିନୋଦ କୈବର୍ତଙ୍କ ଶବ ମୁମୂର୍ଷୁ ଅବସ୍ଥାରେ ଖାଦାନ ନିକଟରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଟାଙ୍ଗରପାଲୀ ଥାନାକୁ ସୂଚନା ଦେବା ପରେ ପୁଲିସ ଯୁବକଙ୍କ ଶବ ଉଦ୍ଧାର କରିଥିଲା। ପରେ ମୃତ ବିନୋଦଙ୍କ ପରିବାରବର୍ଗଙ୍କ ପକ୍ଷରୁ କୌଣସି ପୂର୍ବ ଶତ୍ରୁତା ନେଇ କେହି ତାଙ୍କୁ ହତ୍ୟା କରିଥାଇପାରେ ବୋଲି  ଟାଙ୍ଗରପାଲୀ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହ ଏହି ଘଟଣାରେ କିଛି ବ୍ୟକ୍ତିଙ୍କୁ ସନ୍ଦେହରେ ଅଟକ ରଖି ତଦନ୍ତ ଜାରି ରଖିଛି ।

ଆଜି ପୂର୍ବାହ୍ନରେ ଏହି ହତ୍ୟା ଘଟଣାକୁ ନେଇ ଲାଲଟାଙ୍କି ଅଂଚଳରେ ରହୁଥିବା ମୃତ ଯୁବକଙ୍କ ପରିବାର ଓ ସ୍ଥାନୀୟ ଅଂଚଳର ବାସିନ୍ଦା ମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ମୃତ ବିନୋଦର ପରିବାର ଓ ସ୍ଥାନୀୟ ବାସିନ୍ଦାମାନେ ବିନୋଦର ହତ୍ୟାକାରୀକୁ ପୁଲିସ ତୁରନ୍ତ ଗିରଫ କରିବାକୁ ଦାବି କରିବା ସହ ବିନୋଦର ଶବକୁ ତାରାପୁର ଗେଟ ରାସ୍ତା ଉପରେ ରଖି ଧାରଣା ଦେବା ସହ ରାସ୍ତା ଅବରୋଧ କରିଥିଲେ । ପରେ ଏହି ଘଟଣାକୁ ନେଇ ଘଂଟାଧିକ କାଳ ଉତ୍ତେଜନା ଲାଗି ରହିବାରୁ ଘଟଣାର ଖବର ପାଇ ଘଟଣାସ୍ଥଳରେ ରାଉରକେଲା ଡିଏସପି ଅସୀମ ପଣ୍ଡା, ପ୍ଲାଂଟସାଇଟ ଥାନାଧିକାରୀ, ଟାଙ୍ଗରପାଲୀ ଥାନାଧିକାରୀ ପହଂଚି  ବିନୋଦଙ୍କ ପରିବାର ଲୋକ ଓ  ଉତେଜିତ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିଥିଲେ । ମୃତ ବିନୋଦ ହତ୍ୟାକାରୀକୁ ଖୁବଶୀଘ୍ର ଧରାଯିବ ବୋଲି  ପୁଲିସ ପକ୍ଷରୁ ପ୍ରତିଶୃତି ଦିଆଯିବା ପରେ, ରାସ୍ତା ଅବରୋଧ ହଟିବା ସହ ଉତ୍ତେଜନା ପ୍ରଶମିତ ହୋଇଥିଲା। ମୃତ ବିନୋଦର ପରିବାରବର୍ଗ  ହତ୍ୟାକାରୀକୁ ଗିରଫ କରିବା ସହ ସେମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ପୁଲିସ ନିକଟରେ ଗୁହାରି କରିଥିଲେ । ପୁଲିସ ମୃତ ବିନୋଦଙ୍କ ଶବକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ  ବିଭିନ୍ନ ଦିଗରୁ ହତ୍ୟା ଘଟଣାର ଅନୁସନ୍ଧାନ ଜାରି ରଖିଛି । ମୃତ ବିନୋଦଙ୍କ ମୃତ୍ୟୁରେ ଲାଲଟାଙ୍କି ଅଂଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ଦୋକାନ ବଜାର ବନ୍ଦ ରଖାଯାଇଥିଲା । ଏଠାରେ ସୂଚନାଯୋଗ୍ୟ, ମୃତ ବିନୋଦ ବହୁ ଦିନରୁ ଆଖପାଖ ଅଂଚଳରେ ତୈଳ ବିକ୍ରି କରି ଦୁଇ ପଇସା ରୋଜଗାର କରୁଥିଲା । ଗତ ସୋମବାର ଠାରୁ  ସେ ଘରୁ ନିଖୋଜ ହୋଇଯାଇଥିବାବେଳେ ତାଙ୍କ ପରିବାର ଲୋକେ  ବିନୋଦ ନିଖୋଜ ଥିବା ସମ୍ପର୍କରେ ଗତ ମଙ୍ଗଳବାର ସ୍ଥାନୀୟ ଟାଙ୍ଗରପାଲୀ ଥାନାରେ ଏତଲା ଦେଇଥିଲେ ।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories