www.samajalive.in
Saturday, December 6, 2025
17.1 C
Bhubaneswar

‘ଫେମ୍-ଫିପଟି’: ଦେଶର ଶ୍ରେଷ୍ଠ ୫୦ ବିଧାୟକଙ୍କ ମଧ୍ୟରେ ଓଡ଼ିଶାରୁ ତାରା-ବବି

ଫେମ୍ ଇଣ୍ଡିଆ ଏସିଆ ପୋଷ୍ଟରେ ସ୍ଥାନ ପାଇଛନ୍ତି ଓଡ଼ିଶାର ଦୁଇ ବିଧାୟକ । ଜଣେ ଶାସକ ବିଜେଡ଼ି ଦଳରୁ ଓ ଅନ୍ୟଜଣେ ବିରୋଧୀ କଂଗ୍ରେସ ଦଳରୁ । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଓ ବିଜେଡ଼ି ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ଦେଶର ଶ୍ରେଷ୍ଠ ୫୦ ବିଧାୟକଙ୍କ ମଧ୍ୟ​‌ରେ ସ୍ଥାନ ପାଇଛନ୍ତି ।  ରାଜସ୍ଥାନ, ଝାଡଖଣ୍ଡ, କେରଳ, ହରିୟାନା, ବିହାର, ହିମାଚଳପ୍ରଦେଶ, ଦିଲ୍ଲୀ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଆସାମ ଆଦି ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀର ୫୦ ଜଣ ବିଧାୟକ ଏହି ତାଲିକା​​‌ରେ ସାମିଲ ହୋଇଛନ୍ତି । ଦେଶର ୩୯୫୮ ବିଧାୟକଙ୍କ ମଧ୍ୟରେ ଏହି ଦୁଇ ଜଣ ଶ୍ରେଷ୍ଠ ୫୦ ମଧ୍ୟରେ ସ୍ଥାନ ପାଇଛନ୍ତି ।

- Advertisement -

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ  ଭାବବିନିମୟ ଦକ୍ଷତା (କମ୍ୟୁନିକେସନ କାପାସିଟି) ଏବଂ ବବିଙ୍କୁ ଇଣ୍ଟେଣ୍ଟ (ଅଭିଳାଷୀ) ବିଭାଗରେ ଶ୍ରେଷ୍ଠ ବିବେଚିତ କରାଯାଇଛି । ନିଜର ଦକ୍ଷତା ଏବଂ ପାରିବାପଣିଆ ଆଦିକୁ ଆଖି ଆଗରେ ରଖି ଏହି ଚୟନ କରାଯାଇଛି । ଦେଶର ୩୯୫୮ ବିଧାୟକଙ୍କୁ ସର୍ଭେରେ   ସାମିଲ କରାଯାଇଥିଲା ।  ସେମାନଙ୍କର କାର୍ଯ୍ୟଦକ୍ଷତା, ଲୋକଙ୍କ ପ୍ରତି ସେମାନଙ୍କ ସେବା, ବିଭିନ୍ନ ପ୍ରକାର ଦକ୍ଷତା ଆଦିକୁ ଆଧାର କରି ଚୟନ କରାଯାଇଛି ।

ଦେଶର ସବୁଠାରୁ ମୋଟିଭେଟର ବିଧାୟକ ଭାବରେ ମହାରାଷ୍ଟ୍ରର ସୁଧୀର ମୁଙ୍ଗଟିଭାର, ପ୍ରଭାବଶାଳୀ ବିଧାୟକ ଭାବେ ତେଲଙ୍ଗାନାର ଟି.ରାଜା ସିଂହ, ଏକ୍ସଲେଣ୍ଟ ବିଧାୟକ ଭାବରେ ମହାରାଷ୍ଟ୍ରର ଆଶିଷ ସେଲାର, ଏନରଜେଟିକ୍ ବିଧାୟକଭାବରେ ଗୁଜରାଟର ହର୍ଷ ସାଙ୍ଗଭି, ଇଫେକ୍ଟିଭ୍ ବିଧାୟକ ଭାବରେ ରାଜସ୍ଥାନର ସତୀଶ ପୁନିଆ, ବାଜିଗର ବିଧାୟକ ରୂପେ କେରଳର ଭି.ଟି.ବିକ୍ରମଙ୍କୁ ମନୋନୀତ କରାଯାଇଛି । ହରିଆଣାର ବିଧାୟକ ସୋମଭିର ସାଙ୍ଗୱାନଙ୍କ ବ୍ୟକ୍ତିତ୍ଵ ସବୁଠୁ ଭଲ ବୋଲି କୁହାଯାଇଛି । ଗୁଜରାଟର ଜଗଦୀଶ ପଟେଲଙ୍କ କାର୍ଯ୍ୟ ସବୁଠୁ ଉତ୍ତମ ରହିଛି ଏବଂ ସିକିମ୍ର ଆଦିତ୍ୟ ଗୋଲେଙ୍କ ଭାବମୂର୍ତି ସବୁଠୁ ଉଜ୍ଵଳ ବୋଲି କୁହାଯାଇଛି । ଉତ୍ତରପ୍ରଦେଶର ଫତେ ବାହାଦୂର ସିଂହ ସବୁଠୁ ଶକ୍ତିଶାଳୀ ବିଧାୟକ ଓ ଛତିାଗଡ଼ର ଆଶିଷ ଛାବ୍ରା ସବୁଠୁ ଯୁବ ବିଧାୟକ ଓ ଝାଡ଼ଖଣ୍ଡର ଅମ୍ବା ପ୍ରସାଦଙ୍କୁ ଆଇକନ୍ ରୂପେ ଏଥିରେ ଉଲ୍ଲେଖ କରାଯାଇଛି । ସେହିପରି ଅନ୍ୟମାନଙ୍କୁ ବିଭିନ୍ନ ବର୍ଗ ନିମନ୍ତେ ମନୋନୀତ କରାଯାଇଛି ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories