କେନ୍ଦ୍ର ଗୃହମନ୍ତ୍ରୀଙ୍କ ନାମରେ ଫେକ ଭିଡିଓ ଭାଇରାଲ ନେଇ ଅଭିଯୋଗ, ସାଇବରଥାନା ଗଲା ବିଜେପି

ଭୁବନେଶ୍ବର: ଭୁବନେଶ୍ବର ସାଇବର ଥାନା ଓ ସିଇଓଙ୍କଠାରେ ଅଭିଯୋଗ କଲା ବିଜେପି। ଭୃଗୁ ବକ୍ସିପାତ୍ରଙ୍କ ନେତୃତ୍ବରେ ୫ଜଣିଆ ଟିମର ଅଭିଯୋଗ ଦାଖଲ। ଧାମନଗର ଉପନିର୍ବାଚନ ପ୍ରସଙ୍ଗରେ ଅଭିଯୋଗ କଲା ବିଜେପି। କେନ୍ଦ୍ର ଗୃହମନ୍ତ୍ରୀଙ୍କ ନାମରେ ଫେକ ଭିଡିଓ ଭାଇରାଲ ନେଇ ଅଭିଯୋଗ କଲେ। ମିଛ ଅଡ଼ିଓ ଯୋଗେ ଗୃହମନ୍ତ୍ରୀଙ୍କୁ ଟାଣିବା ଧର୍ତ୍ତବ୍ୟ ଅପରାଧ କହିଲା ବିଜେପି। ସିଇଓ ଏନେଇ ଡିଜିପିଙ୍କୁ ନିର୍ଦେଶ ଦେଇ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି।
ଗୃହମନ୍ତ୍ରୀ ଅମିତ ଶାହା ଏବଂ ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସଙ୍କ ମଧ୍ୟରେ ସାକ୍ଷାତ ଓ ଆଲୋଚନାର ଏକ ମିଥ୍ୟା ଅଡିଓ, ଭିଡିଓ କ୍ଲିପ ଯାହାକି ଏକ ସାମ୍ବାଦିକଙ୍କ ଭଏସ୍ ଭଳି ନ୍ୟୁଜ୍ ଫରମାର୍ଟରେ ଭାଇରାଲ ହେଉଛି।ଏହି ଭାଇରାଲ ଅଡିଓଟି ସମ୍ପୂର୍ଣ୍ଣ ଅସତ୍ୟ। ଦେଶର ଗୃହମନ୍ତ୍ରୀ  ଅମିତ ଶାହାଙ୍କୁ ଧାମନଗର ଉପନିର୍ବାଚନକୁ ଟାଣିବା ଏବଂ ତାଙ୍କୁ ଯୋଡି ମିଥ୍ୟା ଅଡିଓ ଭାଇରାଲ କରିବା ଏକ ହୀନ ରାଜନୀତି ଓ ଧର୍ତବ୍ୟ ଅପରାଧ। ବିଭିନ୍ନ ଦଳ ଭିନ୍ନ ଭିନ୍ନ ଉପାୟରେ ନିର୍ବାଚନ ପ୍ରଚାର କରିଥାନ୍ତି। ଭାରତ ବର୍ଷର ଗୃହମନ୍ତ୍ରୀଙ୍କୁ ଜାଣିଶୁଣି ବିବାଦ ଭିତରକୁ ଠେଲିବା ଏକ ସାଂଘାତିକ ଅପରାଧ। ଏହି ମିଛ ଅଡିଓ, ଭିଡିଓ କରିଥିବା ବ୍ୟକ୍ତିଙ୍କ ନାମକୁ ଲୋକଲୋଚନକୁ ଆଣିବା ଲାଗି ଡିଜି, ଆଡିସନାଲ ଡିଜି ଅଫ୍ କ୍ରାଇମବ୍ରାଂଚ ସହ କଥା ହୋଇ ଆଇନଅନୁମଦିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ସିଇଓଙ୍କୁ ଭେଟି ଦାବି କରିଛନ୍ତି ।
ଯଥାଶୀଘ୍ର ଏହି ମିଥ୍ୟା ଅଡିଓ, ଭିଡିଓ କରିଥିବା ବ୍ୟକ୍ତିଙ୍କ ନାମ ଘୋଷଣା କରିବା ସହ ଧାମନଗର ଉପନିର୍ବାଚନ ମୁକ୍ତ, ଅବାଧ ନିର୍ବାଚନ କରିବା ଲାଗି ସିଇଓ କଡା ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ଏହି ପ୍ରତିନିଧି ମଣ୍ଡଳିରେରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ଅନିତା ଶୁଭଦର୍ଶୀନି ପଟ୍ଟନାୟକ, ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ଅନୁସୂଚିତ ଜାତି ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ମଲ୍ଲିକ ଓ ଲିଗାଲ ସେଲ ରାଜ୍ୟ ସଂଯୋଜକ ଜୟନ୍ତ ଜେନାପ୍ରମୁଖ ଉପସ୍ଥିତ ଥିଲେ।

kalyan agarbati

Comments are closed.