ପ୍ରସ୍ତୁତ ହେଉଛି ନକଲି ସସ୍‌: କମିଶନରେଟ ପୁଲିସର କଟକ ମାଲଗୋଦାମ ଓ ଭୁବନେଶ୍ବର ପାତ୍ରପଡ଼ା ଶିଳ୍ପାଞ୍ଚଳରେ ଚଢ଼ାଉ

ଭୁବନେଶ୍ବର: ରାଜଧାନୀରେ ନକଲି ସସ୍ ଫ୍ୟାକ୍ଟ୍ରି ଉପରେ କଟକ ପୁଲିସ ରେଡ କରିଛି। ପାତ୍ରପଡ଼ା ଶିଳ୍ପାଞ୍ଚଳରେ ଠାବ ଏକ ନକଲି ସସ ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କରାଯାଇଛି। ସେହିପରି ମାଲଗୋଦାମରେ ମହଜୁଦ ଥିବା ଏକ ଗୋଦାମରେ ମଧ୍ୟ ପୁଲିସ ଚଢ଼ାଉ କରିଛି। ଏହି ନକଲି ସସ ପାତ୍ରପଡ଼ା ଫାକ୍ଟ୍ରିରୁ ଅପମିଶ୍ରିତ ହୋଇ ମାଲଗୋଦାମକୁ ଆସୁଥିବା ସୂଚନା ମିଳିଛି।
ପୂର୍ବରୁ ଗିରଫ ଜଣେ ଅଭିଯୁକ୍ତର ସୂଚନା ଆଧାରରେ କମିଶନରେଟ ପୁଲିସ ଚଢ଼ାଉ ଜାରି ରଖିଛି। ଫାକ୍ଟ୍ରିରେ ଟମାଟୋ ସସକୁ ଅପମିଶ୍ରିତ କରି ବାହାରକୁ ପଠାଯାଉଥିଲା। ଫାକ୍ଟ୍ରିରୁ ଅପମିଶ୍ରିଣ ପାଇଁ ବ୍ୟବହୃତ ଅନେକ ସାମଗ୍ରୀ ଜବତ କରାଯାଇଛି।
ଅପମିଶ୍ରିତ ସସ୍ ଫ୍ୟାକ୍ଟ୍ରି ଓ ଗୋଦାମରେ ଚଢ଼ାଉ ପରେ କମିଶନରେଟ ପୁଲିସ ଜାଣିବାକୁ ପାଇଛି ଯେ ଆଳୁ ଓ କଖାରୁ ବ୍ୟବହାର କରାଯାଇ ଲୁଚାଛପାରେ ଚିଲି ସସ୍, ଟମାଟୋ ସସ୍, ଆଚାର ପ୍ରଭୃତି ସାମଗ୍ରୀ ପ୍ରସ୍ତୁତ ହେଉଥିଲା। ଆଜି ଭୁବନେଶ୍ୱରର ପାତ୍ରପଡ଼ା ଶିଳ୍ପାଞ୍ଚଳରେ ଏକ ନକଲି ସସ୍ ଫ୍ୟାକ୍ଟ୍ରି ଉପରେ କମିଶନରେଟ ପୁଲିସ ଅଚାନକ ଚଢ଼ାଉ କରି ବିପୁଳ ପରିମାଣର ସସ୍‌ ଓ ଏଥିପାଇଁ ପ୍ରସ୍ତୁତ ସାମଗ୍ରୀ ଜବତ କରିଛି।

prayash

ଆଜି କଟକ ମାଲଗୋଦାମ ଥାନା ଅଧୀନରେ ଏକ ନକଲି ସସ୍ ଗୋଦାମ ଠାବ ହୋଇଥିଲା। ସେଠାରେ ଜଣେ ବ୍ୟକ୍ତିକୁ ଅଟକ ରଖି ପୁଲିସ ପଚରାଉଚରା କରିଥିଲା। ଅଟକ ରଖିଥିବା ବ୍ୟକ୍ତିଙ୍କୁ ପଚରାଉଚୁରା କରୁଥିବା ସମୟରେ ତାଙ୍କ ଠାରୁ ମାଲଗୋଦାମ ଥାନା ପୁଲିସ ପାତ୍ରପଡ଼ା ନକଲି ସସ୍ ଫ୍ୟାକ୍ଟ୍ରି ପ୍ରସ୍ତୁତ ହେଉଥିବା ସମ୍ପର୍କରେ ସୂଚନା ପାଇଥିଲା। ଏହି ସୂଚନାକୁ ଆଧାରରେ ଭୁବନେଶ୍ୱର ପାତ୍ରପଡ଼ାର ଏହି କାରଖାନା ଉପରେ ଚଢ଼ାଉ କରାଯାଇଥିଲା। ଜବତ ସସ୍ ଓ ଅନ୍ୟ ସାମଗ୍ରୀ ଉପରେ ଖାଦ୍ୟ ନିରାପତ୍ତା ବିଭାଗର ବାରକୋଡ୍ ଦେଖିବାକୁ ମିଳି ନାହିଁ। ସେହିପରି ମନଇଛା ଦର ମଧ୍ୟ ଲଗାଯାଇଛି। ବହୁ ବର୍ଷ ହେବ ଏହି ଫ୍ୟାକ୍ଟ୍ରି ଲୁଚାଛପାରେ ଚାଲିଛି। ଅସ୍ୱାସ୍ଥ୍ୟକର ପରିବେଶରେ ସସ୍ ପ୍ରସ୍ତୁତ ହେଉଛି। ଏଠାରୁ ଜବତ ସାମଗ୍ରୀର ନମୂନା ସଂଗ୍ରହ କରାଯାଇଛି ଓ ତାହା ପରୀକ୍ଷା ପାଇଁ ପଠାଯାଇଛି।
ଅନ୍ୟପଟେ କଟକ ମାଲଗୋଦାମର ଏକ ଗୋଦାମ ଉପରେ ସିଏମସି ସ୍ବାସ୍ଥ୍ୟ ବିଭାଗ, ଖାଦ୍ୟ ନିରାପତ୍ତା ବିଭାଗ ଓ କମିଶନରେଟ ପୁଲିସ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇ ଅପମିଶ୍ରିତ ସସ୍‌, ଆଚାର, ଚକଲେଟ ଓ ବିସ୍କୁଟ ପ୍ରଭୃତି ଜବତ କରିଛି। ଯାଞ୍ଚ ବେଳେ ବିସ୍କୁଟ ଓ ଚକୋଲେଟର ବୈଧତା ତାରିଖ ନଥିଲା। ଯାହା ଖାଇବା ଉପଯୋଗୀ ନୁହେଁ, ସେଭଳି ଖାଦ୍ୟ ସାମଗ୍ରୀ ଏହି ଗୋଦାମରେ ବିକ୍ରି ଉଦ୍ଦେଶ୍ୟରେ ମହଜୁଦ୍ ରଖାଯିବା ସହ ବିଭିନ୍ନ ବଜାରକୁ ଚାଲାଣ ହେଉଥିବା ଜଣାପଡ଼ିଛି। ସିଏମସି ଦ୍ୱାରା ଏଭଳି ପାଞ୍ଚୋଟି ଗୋଦାମକୁ ସିଲ କରାଯାଇଛି।

kalyan agarbati

Comments are closed.