www.samajalive.in
Saturday, December 6, 2025
19.1 C
Bhubaneswar

ବ୍ୟାନ୍ ହେବ ନକଲି ଋଣ ଆପ୍, ଆସୁଛି ଆରବିଆଇର ଡିଆଇଜିଆଇଟିଏ

ଡେସ୍କ: ଦେଶରେ ବେଆଇନ ଋଣ ଆପ୍ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହା ସହ ସାଇବର ଠକେଇ ମାମଲା ମଧ୍ୟ ବଢିବାରେ ଲାଗିଛି। ବଢୁଥିବା ସାଇବର ଠକେଇକୁ ରୋକିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପ୍ରସ୍ତୁତ ହୋଇଛି । ନୂଆଦିଲ୍ଲୀ: ଅନଲାଇନ୍ ଠକେଇରୋକିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଡିଜିଟାଲ୍ ଇଣ୍ଡିଆ ଟ୍ରଷ୍ଟ ଏଜେନ୍ସି ଅର୍ଥାତ୍ ଡିଆଇଜିଆଇଟିଏ ଗଠନ କରିବାକୁ ଗମ୍ଭୀରତାର ସହ ବିଚାର କରୁଛି।

ପ୍ରସ୍ତାବିତ ଡିଜିଟାଲ ଇଣ୍ଡିଆ ଟ୍ରଷ୍ଟ ଏଜେନ୍ସି ଡିଜିଟାଲ ଋଣ ଆପକୁ ଯାଞ୍ଚ କରିବ ଏବଂ ଭେରିଫାଏଡ ଆପଗୁଡିକର ଏକ ସାର୍ବଜନୀନ ରେଜିଷ୍ଟର ପ୍ରସ୍ତୁତ କରିବ ବୋଲି ସୂତ୍ରରୁ ପ୍ରକାଶ। ଯେଉଁ ଆପଗୁଡିକରେ ଡିଆଇଜିଆଇଟିଏର ଯାଞ୍ଚ ଚିହ୍ନ ନାହିଁ ସେମାନଙ୍କୁ ଅଣ-ଅନୁମୋଦିତ ଭାବରେ ବିବେଚନା କରାଯିବା।

- Advertisement -

​ଏହା ଡିଜିଟାଲ କ୍ଷେତ୍ରରେ ଆର୍ଥିକ ଅପରାଧ ବିରୋଧରେ ଲଢ଼େଇରେ ସହାୟକ ହେବ। ଡିଜିଟାଲ ଋଣ ଆପର ତଦନ୍ତ ଦାୟିତ୍ୱ ଡିଆଇଜିଆଇଟିଏକୁ ଦିଆଯିବ ବୋଲି ସେ କହିଛନ୍ତି। ସୂତ୍ର ଅନୁଯାୟୀ, ଏହି ଯାଞ୍ଚ ପ୍ରକ୍ରିୟା ଡିଜିଟାଲ କ୍ଷେତ୍ରରେ ଅଧିକ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ସୃଷ୍ଟି କରିବାରେ ସାହାଯ୍ୟ କରିବ।

ଇତିମଧ୍ୟରେ ରିଜର୍ଭ ବ୍ୟାଙ୍କ ୪୪୨ଟି ଡିଜିଟାଲ ଲୋନ୍ ଆପର ତାଲିକା ଆଇଟି ମନ୍ତ୍ରଣାଳୟକୁ ସେୟାର କରିଛି, ଯାହାଦ୍ୱାରା ଏହାକୁ ଗୁଗୁଲରୁ ହଟାଯାଇ ପାରିବ। ସେପ୍ଟେମ୍ବର ୨୦୨୨ରୁ ଅଗଷ୍ଟ ୨୦୨୩ ମଧ୍ୟରେ ଗୁଗୁଲ ଏହାର ଆପ୍ ଷ୍ଟୋରରୁ ୨ ହଜାର ୨୦୦ରୁ ଅଧିକ ଡିଜିଟାଲ ଋଣ ଆପ୍ ହଟାଇ ଦେଇଛି।

ଗୁଗଲ ପ୍ଲେ ଷ୍ଟୋରରେ ଋଣ ଆପର ପ୍ରବର୍ତ୍ତନ ଉପରେ ନିଜର ନୀତି ଅପଡେଟ୍ କରିଛି ଏବଂ କେବଳ ସେହି ଆପଗୁଡିକୁ ଅନୁମତି ଦିଆଯାଇଛି ଯାହା ଆରବିଆଇର ନିୟନ୍ତ୍ରିତ ସଂସ୍ଥା କିମ୍ବା ଭାଗିଦାରୀରେ କାର୍ଯ୍ୟ କରୁଛି। ରିଜର୍ଭ ବ୍ୟାଙ୍କ ଏବଂ ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ଆର୍ଥିକ ସେବା ବିଭାଗର ଅନୁରୋଧ କ୍ରମେ ଗୁଗୁଲ୍ ଏହି ନୀତି ପରିବର୍ତ୍ତନ କରିଛି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories