www.samajalive.in
Saturday, December 6, 2025
15.1 C
Bhubaneswar

ସୋନୁ ସୁଦଙ୍କ ନାଁରେ ଚାଲିଛି ନକଲି କୋଭିଡ଼୍-୧୯ ଦାନ ଅଭିଯାନ, ସତର୍କ କରାଇଲେ ଅଭିନେତା

ମୁମ୍ବଇ: ଅଭିନେତା ସୋନୁ ସୁଦଙ୍କ ନାଁକୁ ବ୍ୟବହାର କରି ନକଲି ସଙ୍ଗଠନ ଦ୍ୱାରା ଚାନ୍ଦା ଆଦାୟ କରାଯାଉଛି। ଏନେଇ ସୋନୁ ନିଜେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇ ଜନସାଧାରଣଙ୍କୁ ସତର୍କ କରାଇଛନ୍ତି।

ଅଭିନେତା କହିଛନ୍ତି, ଏକ ସଙ୍ଗଠନ ତାଙ୍କ ନାଁରେ ଚାନ୍ଦା ମାଗୁଛି, ଯାହା ସହ ସୋନୁଙ୍କର କୌଣସି ସମ୍ପର୍କ ନାହିଁ। ଟ୍ୱିଟରରେ ସେ ଉକ୍ତ ନକଲି ସଙ୍ଗଠନ ସୋନୁ ସୁଦ୍ ଫାଉଣ୍ଡେସନର ଏକ ପୋଷ୍ଟର ଶେୟାର କରିଛନ୍ତି। ଏହାସହିତ ଲେଖିଛନ୍ତି, “ଦୟାକରି ସତର୍କ ରୁହନ୍ତୁ ଏବଂ ନିକଟସ୍ଥ ଥାନାରେ ଏନେଇ ଅଭିଯୋଗ କରନ୍ତୁ”। ଅଭିନେତା ପୋଷ୍ଟର ଓ ଫାଉଣ୍ଡେସନ ଉପରେ ନକଲି ବୋଲି ଛାପା ମଧ୍ୟ ମାରିଛନ୍ତି।
<

- Advertisement -

ସୂଚନାଯୋଗ୍ୟ, ଗତ ବର୍ଷ କରୋନା ଲକ୍ଡାଉନ ସମୟରେ ସୋନୁ ସୁଦ୍ ଅନେକ ପ୍ରବାସୀଙ୍କୁ ସହାୟତାର ହାତ ବଢାଇ ତାଙ୍କ ଘରେ ପହଞ୍ଚାଇବା ସହ ଖାଦ୍ୟର ବ୍ୟବସ୍ଥା ମଧ୍ୟ କରାଇଥିଲେ। ଏହା ବ୍ୟତୀତ ଅନେକ ଅସହାୟଙ୍କୁ ନିଜ କ୍ଷମତା ମୁତାବକ ବିଭିନ୍ନ ପ୍ରକାର ସାହାଯ୍ୟ କରିଛନ୍ତି। କରୋନାର ଦ୍ୱିତୀୟ ଲହରରେ ମଧ୍ୟ ସେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories