www.samajalive.in
Wednesday, December 10, 2025
23.1 C
Bhubaneswar

ସତ ନୁହେଁ ଗୁଜବ – ସମସ୍ତଙ୍କୁ ମିଳିବ ୭୫୦୦ ଟଙ୍କା ସହାୟତା

ସମାଜ ପୋର୍ଟାଲ ଡେସ୍କ: ଦେଶରେ କରୋନା ସଂକ୍ରମଣ ଯେତିକି ମାତ୍ରାରେ ବୃଦ୍ଧି ପାଉଛି, ସେତିକି ମାତ୍ରାରେ ଗୁଜବ ମଧ୍ୟ ପ୍ରଚାର ପ୍ରସାର ହେବାରେ ଲାଗିଛି। ସାଧାରଙ୍କ ଲୋକଟିଏ ପାଇଁ ଅନେକ ସମୟରେ ସତ ଓ ଗୁଜବ ମଧ୍ୟରେ ପାର୍ଥକ୍ୟ ଖୋଜି ପାଇବା କଷ୍ଟକର ହୋଇପଡୁଛି। ଏମିତି ଅନେକ ଗୁଜବ ହ୍ଵାଟ୍ସଆପ, ଫେସବୁକ, ଟ୍ୱିଟର ଓ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କେତେକ କ୍ଷେତ୍ରରେ ସେଥିରେ ବିଶ୍ୱାସ କରି କାରବାର କରୁଥିବା କିଛି ଲୋକ ମଧ୍ୟ ଲାଭ ପାଇବା ବଦଳରେ ଆର୍ଥିକ କ୍ଷତି ସହୁଛନ୍ତି। ତେବେ ସେଥିରୁ ରକ୍ଷା ପାଇବା ପାଇଁ ପତ୍ର ସୂଚନା କାର୍ଯ୍ୟାଳୟ (ପ୍ରେସ ଇନଫର୍ମେଶନ ବ୍ୟୁରୋ) ଏଭଳି ଗୁଜବର ସତ୍ୟତା ପ୍ରକାଶ କରୁଛି।

ଗତ କିଛିଦିନ ତଳେ ଏକ ହ୍ଵାଟ୍ସଆପ ବାର୍ତ୍ତା ସେମିତି ଏକ ଗୁଜବ ପ୍ରଚାର ପ୍ରସାର କରୁଛି। ସେଥିରେ ଲେଖା ଅଛି ଯେ ସରକାର ପ୍ରତ୍ୟେକ ନାଗରିକଙ୍କୁ ୭ ହଜାର ୫ଶହ ଟଙ୍କା ସହାୟତା ଦେବେ, ତେଣୁ ଦିଆଯାଇଥିବା ଲିଙ୍କ http://relieffund.freeinternetz.com/ରେ ଆବେଦନ କରିବାକୁ ପଡିବ। ତେବେ ଏହା ମିଛ ଓ ଗୁଜବ ବୋଲି କେନ୍ଦ୍ର ସରକାରଙ୍କ ଅଧିନସ୍ଥ ପତ୍ର ସୂଚନା କାର୍ଯ୍ୟାଳୟ ସ୍ପଷ୍ଟ କରିଛି। ଏହି ଲିଙ୍କ ଭୁଲ ଅଟେ। ଏପରି ଲିଙ୍କ ଓ ହ୍ଵାଟ୍ସଆପ ବାର୍ତ୍ତା ପ୍ରତି ସତର୍କ ରହିବାକୁ ପତ୍ର ସୂଚନା କାର୍ଯ୍ୟାଳୟ ଟ୍ୱିଟ କରିଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories